Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ୱେଲଡିଙ୍ଗ ୱାର୍କସପ  ଶ୍ରମିକ ଙ୍କ ସଂଦେହ ଜନକ ମୃତ୍ୟୁ ।

ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ ଓ ପରିବାର ଲୋକ

(ଜେ ବି ଏନ /ସୁଶାନ୍ତ କୁମାର) ୨୮/୦୧/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଦିନ ୧୧ ଘଟିକା ସମୟରେ ଜଣେ ମୃତ ବ୍ୟକ୍ତିଙ୍କ ଶରୀରକୁ ଚିକିତ୍ସା ପାଇଁ ଆଣି ଛାଡ଼ି ପଳାଇଥିଲେ।ଘଟଣା ସମ୍ପର୍କରେ ବଅଁରପାଳ ପୁଲିସ ଖବର ପାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଚିହ୍ନଟ କରିଥିଲେ ଯେ ମୃତ ବ୍ୟକ୍ତିଙ୍କ ନାମ ଫଗୁଆ ମହାରଣା (୪୫) ଘର ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମର। ପରିବାର ଲୋକଙ୍କୁ ବଅଁରପାଳ ପୁଲିସ ଫଗୁଆ ଙ୍କର ମୃତ୍ୟୁ ସମ୍ପର୍କରେ ସୂଚନା ଦେବା ପରେ ଖବର ପାଇ ପରିବାର ଲୋକ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।ସ୍ୱାମୀ ଙ୍କର ମୃତ ଦେହକୁ ଦେଖି ସ୍ତ୍ରୀ ସୁଜାତା ମହାରଣା ଓ ପରିବାର ଲୋକ ଚିକିତ୍ସାଳୟରେ କନ୍ଦାକଟା କରିବା ସହିତ ସ୍ତ୍ରୀ ସୁଜାତା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଫଗୁଆ ମହାରଣା ଗୋତମରା ପଞ୍ଚାୟତର ଓଭରବ୍ରିଜ ନିକଟରେ ଥିବା ନିରୋଦ ବିଶ୍ଵାଳ ଙ୍କର ଭବାନୀ ଏଣ୍ଟରପ୍ରାଇଜେସ ରେ ୱେଲଡିଙ୍ଗ ମିସ୍ତ୍ରୀ ଭାବେ ଫଗୁଆ ପାଞ୍ଚ ବର୍ଷ ଧରି କାର୍ଯ୍ୟ କରୁଥିଲେ। ଫଗୁଆ ସବୁଦିନ ପରି ଆଜି ସକାଳେ କାର୍ଯ୍ୟ କରିବା ପାଇଁ ନିଜ ସାଇକେଲ ଯୋଗେ ଘରୁ ଆସିଥିଲେ । ତାହାର କିଛି ସମୟ ପରେ ୱେଲଡିଙ୍ଗ ଏଣ୍ଟରପ୍ରାଇଜ ମାଲିକ ନିରୋଦ ବିଶ୍ଵାଳ ଫୋନ କରି ଫଗୁୁଆ ନେଇଥିବା ଆଡଭାନ୍ସ ଟଙ୍କା ଫେରାଇବା ପାଇଁ ତାଙ୍କ ସ୍ତ୍ରୀ ସୁଜାତା ମହାରଣା ଙ୍କୁ ଧମକ ଦେବା ସହ ଜୀବନରୁ ମାରିଦେବା ପାଇଁ କହି ଫୋନ କାଟି ଦେଇଥିଲେ। ଫୋନ କାଟିବାର କିଛି ସମୟ ପରେ ସୁଜାତାଙ୍କ ନିକଟକୁ ବଅଁରପାଳ ଥାନା ପୁଲିସ ଫୋନ କରି ଜଣାଇଥିଲେ କି ଫଗୁଆ ଙ୍କର ମୃତ ଦେହ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛି ବୋଲି।

 

ଏହି ଖବର ଶୁଣି ସଙ୍ଗେ ସଙ୍ଗେ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଦେଖିଥିଲେ ବୋଲି ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରାୟ ତିନି ଘଣ୍ଟା ଧରି ମୃତ ଦେହ ପଡିରହିଥିବଲା ପରିବାର ଲୋକ କ୍ଷତିପୂରଣ ଓ ହତ୍ୟାକାରୀକୁ ଗିରଫ କରିବା ପାଇଁ ଜିଦ କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝା ସୁଝା କରି ଶବକୁ ଜବତ କରି ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରି ନଥିବା ସହିତ ପରିବାର ଲୋକଙ୍କୁ କୌଣସି କ୍ଷତିପୂରଣ ଅର୍ଥ ମିଳି ନଥିବା ପରିବାର ଲୋକ ସୂଚନା ଦେଇଛନ୍ତି।