Spread the love

14 ଦଫା ଦାବିପୂରଣ ନେଇ ଟ୍ରକ ମାଲିକ ମହାସଙ୍ଘ ପକ୍ଷରୁ ଗଣଧାରଣା

ଭୁବନେଶ୍ୱର – 14 ଦଫାଦାବି ପୂରଣ ନେଇ ଅଲ୍ ଓଡ଼ିଶା ଟ୍ରକ ମାଲିକ ମହାସଂଘ ପକ୍ଷରୁ ଗଣ ଧାରଣା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ କସ୍ତୁରବା ନାରିମହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା।ପରେ ମାନ୍ୟ ବର ପରିବହନ, ଖଣି ଇସ୍ପାତ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଏକ ଦାବି ପାତ୍ର ପ୍ରଦାନ କରାଯାଇ ଥିଲା । ମାନ୍ୟ ବର ମନ୍ତ୍ରୀ ଏହାକୁ ଆଦର ସହିତ ଗ୍ରହଣ କରି ଯଥା ଶୀଘ୍ର ସମାଧାନ କରିବେ ବୋଲି ପ୍ରତି ସୃତି ଦେଇଥିବାରୁ ଟ୍ରକ ମାଲିକ ମହା ସଂଘ ପକ୍ଷ ରୁ ଆନନ୍ଦ ପ୍ରକାଶ ପାଇଛି। ପରେ ସଙ୍ଘ ପକ୍ଷ ରୁ ଆର୍ ବି ଆଇ ମୁଖ୍ୟ ଫାଟକ ବନ୍ଦ୍ କରି ବିକ୍ଷୋଭ ପ୍ରଦର୍ଶନ ସହ ଆର୍ ବି ଆଇ ମୁଖ୍ୟ ଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା। ଅଭି ଯୋଗ ଅନୁସାରେ, ବ୍ୟାଙ୍କ୍ ବଲା ଭାଡାଟିଆ ଗୁଣ୍ଡା ଲଗାଇ ବିନାକାରଣ ରେ ଗାଡିଗୁଡିକ ଉଠାଇ ନେଇ।ଯେଉଁ କୁଲମ୍ ଚଳାଇ ଛନ୍ତି,ସେ ସବୁରୁ ନିବୃତ୍ତ ରୁହନ୍ତୁ ନଚେତ୍ ଆଗକୁ ଆନ୍ଦୋଳନ ତୀବ୍ର ହେବା ସହ ମୁଖ୍ୟ ଫାଟକ ରେ ତାଲା ପକାଇ ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବୈଠକରେ ରାଜ୍ୟ ସଭାପତି ପୁରଞ୍ଜନ ପାଢ଼ୀ, ଉପ ସଭାପତି ଫିରୋଜ ଖାନ୍, ମାନସ ରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ସସ୍ମିତା କୁମାରି ପାଣିଗ୍ରାହୀ, ସମ୍ପାଦିକା ପରୱାନା ପର୍ବିନ୍, ସମ୍ପାଦକ ଶେଖ୍ ତଞ୍ଜୀମ ଅହମଦ ଚିସ୍ତି, କୋଷାଧ୍ୟକ୍ଷ ତପନ ବେହେରା,ଉପଦେଷ୍ଟା ଜହର ଅଲ୍ଲୀ ଖାଁ ଏବଂ ଆଗ ଧାଡ଼ିର ସମସ୍ତ କର୍ମକର୍ତ୍ତା ଏବଂ ଓଡ଼ିଶା ର ସବୁ ଜିଲ୍ଲା ରୁ ଆସିଥିବା ସାଧାରଣ ଟ୍ରକ୍ ମାଲିକ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *