Spread the love

ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ଉପସ୍ଥିତିରେ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ଓ ଟାଟା ଷ୍ଟିଲ୍‌ର ଅନ୍ୟତମ ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ( ଏଇଏଲ୍ ) ପକ୍ଷରୁ ମକ୍ ଡ୍ରିଲ୍ ଓ ବିଭିନ୍ନ ଅଗ୍ନି ନିରାପତା କାର୍ଯ୍ୟକ୍ରମ ସହ ଜାତୀୟ ଅଗ୍ନିଶମ ସପ୍ତାହ ପାଳନ କରାଯାଇଛି ।
ଏଇଏଲ୍ ପକ୍ଷରୁ ଏକ ପୂର୍ଣ୍ଣ କାଳୀନ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ର ଉପସ୍ଥିତିରେ ନରେନ୍ଦ୍ରପୁର ସ୍ଥିତ ଟିଏସ୍ଏମ୍ ପରିସରରେ ଥିବା ଏହାର କାରଖାନାରେ ଅଗ୍ନିକୁ ଆୟତ କରାଯାଇଥିଲା । ଜରୁରୀକାଳୀନ ପ୍ରଶମନ ଦକ୍ଷତାରେ ଉନ୍ନତି ଆଣିବା ଓ ତାହାକୁ ଅନୁଧ୍ୟାନ କରିବା ଲକ୍ଷ୍ୟ ନେଇ ଏହି ମକ୍ ଡ୍ରିଲ୍‌ରେ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ଅନୁଗୁଳ ଜୋନ୍‌ର ସହକାରୀ ନିର୍ଦେଶିକା ଶ୍ରୀମତୀ ଅର୍ଜନା ଦାସ , ସ୍ଥାନୀୟ ଶିଳ୍ପ ପ୍ରତିନିଧି ଓ ସରକାରୀ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ ।
ମକ୍ ଡ୍ରିଲ୍‌ରେ ଏଇଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶୈଳେଶ ବର୍ମା , ଟିଏସ୍ଏମ୍‌ର ନିରାପତା ମୁଖ୍ୟ ଅଗମ କୁମାର ଓ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଏନ୍‌ଟିପିସି କଣିହା , ଆର୍ଯ୍ୟନ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ , ନାଲ୍‌କୋ ସ୍ମେଲଟର ପ୍ଲାଟ୍ , ଗ୍ଲୋବାଲ୍ କୋଲ୍ ଆଣ୍ଡ୍ ମାଇନିଂ ଲିମିଟେଡ୍‌ , ଜେଏସ୍‌ପିଏଲ୍ , ଜେସିସିପିଏଲ୍ ଓ ଜେଆଇଟିପିଏଲ୍‌ର ପ୍ରତିନିଧିମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ଶ୍ରୀମତୀ ଅର୍ଚ୍ଚନା ଦାସ ପ୍ରଦର୍ଶନର ଅନୁଶୀଳନ କରିଥିଲେ ଏବଂ ସେଥିରେ ଉନ୍ନତି ଆଣିବା ଲାଗି ମତାମତ ଦେଇଥିଲେ । କର୍ମଚାରୀମାନେ ଏ ବିଷୟରେ ଅଧିକ ଜାଣିବା ପାଇଁ ଟିଏସ୍ଏମ୍‌ରେ ଅଗ୍ନି ନିରାପତା ଉପରେ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା ।ଏହା ପୂର୍ବରୁ ଜାତୀୟ ଅଗ୍ନିଶମ ସପ୍ତାହର ଶୁଭାରମ୍ଭ ପାଇଁ ଟିଏସ୍ଏମ୍ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ସେୟାରଡ୍ ସର୍ଭିସେସ୍‌ର ମୁଖ୍ୟ ବେଦ ପ୍ରକାଶ ଠାକୁର , ଷ୍ଟିଲ୍ ମେକିଂ ମୁଖ୍ୟ ଏଚ୍ ମହେଶବାବୁ ଓ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଗ୍ନିଶମ ସୁରକ୍ଷା ପତାକା ଉତୋଳନ କରାଯାଇଥିଲା ଏବଂ ଦିବଗଂତ ଅଗ୍ନିଶମ ଅଧିକାରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ସ୍ଵରୂପ ଅଗ୍ନି ନିରାପତା ଉପରେ ସଚେତନତା ବଢ଼ାଇବା ଲାଗି ଏକ ଅଗ୍ନି ଉଦ୍ଧାର କାର୍ଯ୍ୟ ପ୍ରଦର୍ଶନ କରାଯାଇଥିଲା ।

By

Leave a Reply

Your email address will not be published. Required fields are marked *