Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜେ ବି   ଏନ, ୧୧/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), କଟକ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଗୋଚ୍ଛାପଡ଼ା ଥାନା ଅଂଚଳରେ ଏସଓଜି ଓ ଡିଭିଏଫ୍‌ ଯବାନମାନେ କମ୍ବିଂ ଅପରେସନ କରିଥିଲେ। କମ୍ବିଂ ଅପରେସନ୍‌ ବେଳେ ଯବାନମାନଙ୍କୁ ଆଜି ଅପରାହ୍ନରେ ଏକ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ ହୋଇଛି।

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା ଥାନା ଅଂଚଳରେ ମାଓବାଦୀମାନେ ଯବାନଙ୍କୁ ମୁକାବିଲା କରିପାରି ନାହାନ୍ତି। ଫଳରେ ମାଓବାଦୀମାନେ ମୁକାବିଲା କରି ନପାରି ଛତ୍ରଭଙ୍ଗ ଦେଇଥିଲେ। ପରେ ଜଙ୍ଗଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ କରାଯାଇଛି।ମାଓବାଦୀ ମୁକାବିଲା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରି ଦିଆଯାଇଛି। ମାଓବାଦୀମାନେ ହିଂସା ଛାଡନ୍ତୁ ବୋଲି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ଆତ୍ମସମର୍ପଣ କରି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନାରୁ ସୁବିଧା ନିଅନ୍ତୁ ବୋଲି ଅପିଲ କରିଛନ୍ତି।