Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଶ୍ଵଶୁର ଘରକୁ ସ୍ତ୍ରୀ ଙ୍କୁ ନେଇ କି ଯିବାବେଳକୁ ଲୁଟେରା ମାନେ ଉଭୟଙ୍କୁ ମାଡ଼ ମାରି ସୁନା ଚେନ ଓ ସୁନା ମୁଦି , ମୋବାଇଲ ଫୋନ ଲୁଟି ନେଲେ

ଜେ ବି ଏନ, ୧୧/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ଗୈଉଡ ବାହାଳି ଛକ ନିକଟରେ ଏକ କଳା ପଲସର ଗାଡ଼ିରେ ୩ଜଣ ଦୃବତ ମାନେ ସ୍ବାମୀ ଓ ସ୍ତ୍ରୀ ଙ୍କୁ ମାଡ଼ ମାରି ସୁନା ଚେନ ସୁନା ମୁଦି ଓ ମୋବାଇଲ ଫୋନ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ପଦ୍ମପୁର ବ୍ୟାଙ୍କ୍ କଲୋନୀ ଗ୍ରାମର ରୂପକ ରଞ୍ଜନ ସାହୁ ଓ ତାଙ୍କ ସ୍ତ୍ରୀ

ସୁପ୍ରିୟା ସାହୁ ଙ୍କୁ ନେଇ ଶ୍ଵଶୁର ଘର କେନ୍ଦୁଝର ଜିଲ୍ଲା କୁ ନେଇ କି ଯିବାବେଳକୁ ଗୈଉଡ ବାହାରି ଛକ ନିକଟରେ ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ପୃବକୋଟ ଗ୍ରାମର ୩ଜଣ ଯୁବକ ଶାନ୍ତି ଦାସ,ଅଉଲାସୁ,ଅଉଲା ସିବିନାଥ ମାଡ଼ ମାରି ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ରୂପକ ରଞ୍ଜନ ସାହୁ । ଏହାକୁ ନେଇ ଟମକା ଥାନା ଅଧୀକାରିଣୀ ସଂଘ ମିତ୍ରା ନାୟକ ଜୀବନ କୁ ବାଜି ଲଗାଇ ଜୋର ଦାର ତଦନ୍ତ କରି ପୂର୍ବକୋଟ ଗ୍ରାମରୁ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗିରଫ ଲୁଟେରା ଙ୍କ ଠାରୁ ସମସ୍ତ ଅଳଙ୍କାର ମୋବାଇଲ ଫୋନ ଜବତ କରି କେଶ ରୁଜୁ କରି ଥିଲେ ବୋଲି କହିଛନ୍ତି ଟମକା ଥାନା ଅଧିକାରୀଣି ସଂଘ ମିତ୍ରା ନାୟକ।