କୂଅରେ ଭାସମାନ ମୃତଦେହ

କୂଅରେ ଭାସମାନ ମୃତଦେହ
ଜେ ବି ଏନ, ୧୪/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ହଟିଆନାଳି ରେ ଚାଞ୍ଚଲ୍ୟ ବିଲ ଭିତରେ ଥିବା ଏକ କୂଅ ରେ ମୃତ ଶବ ଭାସୁଥିବା ଦେଖିବାକୁ ମିଳିଛି ।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ପଞ୍ଚାୟତ ହଟିଆନାଳି ସ୍ଥିତ ବିଲ ଭିତରେ ଥିବା କୂଅରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।ପାଣିରେ ଭାସୁଥିବା ମୃତ ଯୁବକଙ୍କ ପରିଚୟ ଏପ୍ରର୍ଯ୍ୟନ୍ତ ଅସ୍ପୋଷ୍ଟ ଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବା ଜଣାପଡିଛି ।ଘଟଣା ସୂତ୍ରରୁ ପ୍ରକାଶ ଯେ ଆଜି ପ୍ରାୟ ସମୟ ୩:୩୦ ମିନିଟ ବେଳକୁ ସେହି ଗାଁ ଲୋକେ ଦେଖିବାକୁ ପାଇଥିଲେ କୂଅ ଭିତରେ ଏକ ଯୁବକଙ୍କ ମୃତ ଶବ ଭାସୁଥିବା ର ।ଏପଟେ ଗ୍ରାମବାସୀ ଙ୍କ କହିବା କଥା କିଛି ମାସ ତଳେ ତିନି ତିନି ଟି ଶବ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।ଏପ୍ରର୍ଯ୍ୟନ୍ତ ସେହି ଘଟଣାର ସନ୍ଧାନ ମିଳିନଥିବା ବେଳେ ଫୁଣୀ ଆଉ ଏକ ମୃତ ଶବ ପାଣିରେ ଭାସୁଥିବା ଅବସ୍ଥାରେ ଦେଖି ଗ୍ରାମବାସୀଙ୍କ ମନରେ ଭୟ ଭିତ ଖେଳେଇ ଦେଇଛି । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ।



