ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ଗୁରୁତର

(ଜେ ବି ଏନ /ସୁଶାନ୍ତ କୁମାର) ୧୪/୧୨ /୨୦୨୦ ଅନୁଗୋଳ :ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ଵର୍ ଜାତୀୟ ରାଜପଥ ଉପରେ ଏକ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ଗୁରୁତର। ଗୁରୁତର ହୋଇଥିବା ସାଇକେଲ୍ ଆରୋହି ହେଲେ ବ୍ରହ୍ମାନନ୍ଦ ସାହୁ ପିତା ଜମ୍ବେଶ୍ଵର ସାହୁ ଘର ଢେଙ୍କାନାଳ ଜିଲ୍ଲା କାଣ୍ଡବିନ୍ଧା ଗ୍ରାମରେ ବୋଲି ଜଣା ପଡିଛି। ସେ କୌଣସି ଏକ କାମରେ ବଅଁରପାଳ ଆଡୁ ନିଜ ସାଇକେଲ ରେ ତାଳଚେର ଅଭିମୁଖେ ଯାଉଥିବା ବେଳେ କୌଣସି ଏକ ଗାଡି ରେ ଧକ୍କା ହୋଇଥିଲେ।

ଦୂର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମାନେ ପହଁଚି ବଅଁରପାଳ ଥାନା କୁ ଖବର ଦେଇଥିଲେ। ବଅଁରପାଳ ପୋଲିସ ଦୂର୍ଘଟଣା ସ୍ଥଳରେ ପହଞ୍ଚି ସାଇକେଲ ଆରୋହୀ କୁ ଉଦ୍ଧାର କରିବା ସହ ବଅଁରପାଳ ଦମକଳବାହିନୀ ଙ୍କ ସହାୟତା ରେ ଅନୁଗୋଳ ମୁଖ୍ୟଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ପଠାଇଥିଲେ।




