ଟ୍ରକ ଓ ବାଇକ୍ ଧକ୍କା : ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ଜେ.ବି.ଏନ, ୧୫/୧୨/୨୦୨୦, (ରିପୋର୍ଟ, ଯାଜପୁର ରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ସଦର ଥାନା ବୁଢ଼ା ଘାଟ ନିକଟରେ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ପଂଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ବାଲି ଟ୍ରକ ଚଳାଚଳ ପଂଳରେ ଦୈନିକ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି । ଆଜି ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ
ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି l




