ତୁରଙ୍ଗ ଗ୍ରାମରେ ମଶାରୀ ବଣ୍ଟନ

ଜେ ବି ଏନ୍,୧୫/୧୨/୨୦୨୦,(ରିପୋର୍ଟ ଚୈତନ୍ୟ ସାହୁ)ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତ ର ଦେହୁରୀ ସାହିରେ ଥିବା ଅଙ୍ଗନବାଡି ଖ ଠାରେ ଆଜି ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚ୍ଚାରିତ ମଶାରୀ ବଣ୍ଟନ କରାଯାଇଥିଲା । ଏଏନଏମ ଶ୍ରୀମତୀ ସୁଫଳା ବିଶ୍ଵାଳ ଙ୍କ ନେତୃତ୍ଵରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘ ସ୍ଥାୟୀ କୀଟନାଶକ ଉପଚ୍ଚାରିତ ମଶାରୀ ବଣ୍ଟନ କରାଯାଇଥିଲା । ତୁରଙ୍ଗ ପଞ୍ଚାୟତର ଅଙ୍ଗନବାଡି ଦିଦି ଶ୍ରୀମତୀ ବୈଜୟନ୍ତୀ ପ୍ରଧାନ, ଶ୍ରୀମତୀ ଅନିତା ଦାସ, ଶ୍ରୀମତୀ ଜଲି ପ୍ରଧାନ, ଆଶା ଦିଦି ଶ୍ରୀମତୀ ଅନିତା ନାଏକ, ସହାୟକ ଶ୍ରୀମତୀ ମାନସୀ ବେହେରା ଏବଂ ଶ୍ରୀମତୀ ଟିକି ମହାନ୍ତି ମଶାରୀ ବଣ୍ଟନରେ ସହାୟତା କରିଥିଲେ।



