ସଫଳ ପିଢିଙ୍କୁ ଭବ୍ୟ ସ୍ଵାଗତ

ବିଂଝାରପୁର/ଯାଜପୁର— ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ବରୁଣେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଆଜି ନବ ଅନ୍ୱେଷା ପ୍ରତିଭା ସଂସଦ ଆନୁକୁଲ୍ୟରେ ଓଡିଶା ପ୍ରଶାସନିକ ସେବା ଓ +2 ପରୀକ୍ଷା ରେ ସଫଳ ହାସଲ କରି ବିଂଝାରପୁର ମାଟିକୁ ଗୈରବାନିତ କରିଥିବା ପ୍ରତିଭାମାନଙ୍କୁ ଭବ୍ୟ ସ୍ଵାଗତ ଦିଆଯାଇଥିଲା। ଜିଲ୍ଲାପରିଷଦ ସଭ୍ୟ ନନ୍ଦକିଶୋର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଯୋଗଦେଇ ସଫଳ ପ୍ରତିଭାମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଂଝାରପୁର ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାଶ, ଉପାଧ୍ୟକ୍ଷ ସେଖ ଏରସାଦ, ସମାଜସେବୀ ରବିନ୍ଦ୍ର ପରିଡ଼ା,ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସ୍ୱାଗତିକା ଧଳ,ଅନ୍ନେଷା ରାଉତ ଓ ପିଆର ପ୍ରୟାସ ପ୍ରମୁଖ ଯୋଗଦେଇ ଥିଲେ। କ୍ରୀଡ଼ା କ୍ଷେତ୍ରରେ ସିଂହପୁର ଗ୍ରାମର ସତ୍ୟଜିତ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟପକ୍ଷରେ+2 ପରୀକ୍ଷାରେ ବିଂଝାରପୁର ଅଞ୍ଚଳର 10 ଜଣ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।



