Spread the love

ବଡ଼ବିଲପୌରାଞ୍ଚଳରେ ବୁଲିଲା ବୁଲଡୋଜର,ମାଟିରେ ମିଶିଲା ତିନିଅଭିଯୁକ୍ତଙ୍କ ଘର ।

ସାବଧାନ ପ୍ରଶାସନର ତୀକ୍ଷ୍ଣ ନଜର ଏବେ ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କ ଉପରେ। ଯଦି କୌଣସି ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ କରୁଛନ୍ତି ହେଇଯାନ୍ତୁ ସାବଧାନ। ସରକାରୀ ଜାଗାରେ ଘର କରି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଲେ ଏଣିକି ଆଉ ନିସ୍ତାର ନାହିଁ । ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ତିନିଜଣଅଭିଯୁକ୍ତ ଙ୍କ ଘରେ ବୁଲିଲା ମୋହନ ସରକାରଙ୍କ ବୁଲଡୋଜର । ଦ୍ୱିତୀୟ ପର୍ଯ୍ୟାୟରେ ମାଟିରେ ମିଶିଲା ୩ ଘର । ବଡ଼ବିଲ ପୌରାଞ୍ଚଳର ୧ ନଂ ୱାର୍ଡ ନାଲଦା ହୀରାକୁଦ କଲୋନୀର୍ ଏମ୍ ଡି ରୋହିତ୍ ଙ୍କ ନାଁ ରେ ପ୍ରାୟ ୬ଟି ଅପରାଧିକ ମାମଲା ରହିଥିବା ବେଳେ ସେ ପ୍ଲଟ ନଂ ୬୭ ଖାତା ନଂ ୧୪୪ ସରକାରୀ ଜାଗାରେ ଘର କରି ରହୁଥିଲେ । ସେହିପରି ୱାର୍ଡ ନଂ ୯ ବରକତ୍ ନଗର ଅଞ୍ଚଳରେ ଏମ୍ ଡି ତୋଫିକ୍ ଙ୍କ ନାଁରେ ୫ଟି ଅପରାଧିକ ମାମଲା ରହିଛି । ସେ ପ୍ଲଟ୍ ନଂ – ୧୨୯/୯୬୦ ଖାତା ନଂ ୪୨ ସରକାରୀ ଜମିକୁ ଜବରଦଖଲ କରି ଘର କରିଥିଲେ । ଆଉଜଣେ ଏମ୍ ଡି ସାକିର୍ ହୁସେନ୍ ଙ୍କ ନାମରେ
ଗୋଟିଏ ଅପରାଧିକ ମାମଲା ରହିଥିବାବେଳେ ସେ ମଧ୍ୟ ସରକାରୀ ଜମି ପ୍ଲଟ୍ ନଂ- ୫୨୨ ଖାତା ନଂ ୪୦ ରେ ଅନଧିକୃତ ଭାବରେ ଘରକରିଥିଲେ । ଆଜି ଏହି ୩ ଜଣଙ୍କ ଘରକୁ ମାଟିରେ ମିଶାଇଛି ଆଞ୍ଚଳିକ ପ୍ରଶାସନ। ଏହି ଉଚ୍ଛେଦ କାର୍ଯ୍ୟରେ ବଡ଼ବିଲ ମାଜିଷ୍ଟ୍ରେଟ ତଥା ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ପୌରଧିକାରୀ ରମେଶ ଚନ୍ଦ୍ର ନାୟକ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ, ଅଗ୍ନିଶମ ବିଭାଗ କର୍ମଚାରୀ, ପୌରକର୍ମଚାରୀ ଟାଟାପାୱାର କର୍ମଚାରୀ ଓ ପୋଲିସ ବଳୟ ଉପସ୍ଥିତିରେ କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *