
ପୋଖରୀ ରେ ବୁଡି ତିନି ବର୍ଷ ର ଶିଶୁ ମୃତ
—————————–_———-
ଜେ. ବି. ଏନ,୧୫/୧୨/୨୦୨୦, (ରିପୋର୍ଟ, ରଂଜିତ କୁମାର ସାହୁ ), ଖୋର୍ଦ୍ଧା /ଟାଙ୍ଗୀ -:ଧନୁ ସଂକ୍ରାନ୍ତିରେ ଟାଙ୍ଗୀଠାରେ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡି ୩ ବର୍ଷର ଶିଶୁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ମୃତ ଶିଶୁର ନାମ ହାପି ଦାସ ଓ ବୟସ ମାତ୍ର ୩ ଵର୍ଷ ବୋଲି ଜଣାପଡିଛି। ହାପିଙ୍କ ପିତାଙ୍କ ନାମ ଆନନ୍ଦ ଦାସ ଓ ତାଙ୍କ ଘର ଟାଙ୍ଗୀ ଥାନା ହରିପୁର ପଂଚାୟତ ନିମୁନା ଗ୍ରାମରେ ବୋଲି ଜଣା ପଡିଛି ।
ଜେଜେ ମା ସହ ନାତି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଜେଜେ ମା ନାତି ହାପିକୁ ପୋଖରୀର ଗାଧୁଆ ତୁଠ ପାହାଚରେ ବସାଇ ଶୌଚ ହେବାକୁ ଯାଇଥିବାବେଳେ ନାତି ହାପି ଦାସ ପୋଖରି ପାହାଚରେ ଵସି ଖେଳୁଥିଲା । ହଠାତ୍ ତାର ଚପଲ ପାଣି ଭିତରକୁ ଖସିଯିବାରୁ ଶିଶୁ ମଧ୍ୟ୍ୟ ଚପଲ ଆଣିବାକୁ ପୋଖରୀକୁ ପଳାଇ ଯାଇଥିଲା । ପୋଖରୀର ଜଳ ଗଭୀର ଥିବାରୁ ସେ ବାହାରି ପାରିନଥିଲା । ତେବେ ପିଲାଟି ପୋଖରୀ ପାଣିରେ ବୁଡି ଯାଉଥିବା ଦେଖି କେତେକ ଲୋକ ପାଣିରୁ ଶିଶୁଟିକୁ ଉଦ୍ଧାର କରିଥିଲେ। ପୋଖରୀରୁ ଉଦ୍ଧାର କରିବା ପରେ ଶିଶୁକୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଏଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ତିନିଝିଅରେ ଗୋଟିଏ ପୁଅ ଥିଲା ହାପି । ତା’ର ଅକାଳ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।



