ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ରେଲୱେ ପକ୍ଷରୁ ବନ୍ଦ ନ କରିବାକୁ ଗ୍ରାମବାସୀଙ୍କ ବିରୋଧ

ଜେ ବି ଏନ, ୧୫/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୁଳ ଜିଲ୍ଲା ବଅଁରପାଲ ବ୍ଲକ କୁରୁଡୁଲ ଗ୍ରାମ ପଂଚାୟତ ଅନ୍ତର୍ଗତ କରବେରିଣୀ ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଉତେଜନା ମୂଳକ ପରିସ୍ଥିତି ସୂଚନା ଅନୁଯାଇ ଗ୍ରାମ ଦେଇ ଯାଇଥିବା ରେଲୱେ ଲାଇନ ଉପରେ ଗ୍ରାମକୁ ସଂଯୋଗ କରୁଥିବା ଏକ ରାସ୍ତା କୁ ପ୍ରଶାସନ ଦ୍ୱାରା ବନ୍ଦ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଏହାକୁ ପ୍ରବଳ ବିରୋଧ କରିଥିବାର ଦେଖାଦେଇଛି ଘଟଣା ରୁ ପ୍ରକାଶ ଯେ ଗ୍ରାମବାସି ନିଜ ର ପ୍ରତିଦିନ ର କାର୍ଯ୍ୟ ଏହି ରାସ୍ତାରେ ଯିବା ଆସିବା କରି ସମ୍ପାଦନ କରିଥାନ୍ତି ଗ୍ରାମ ରୁ ବାହାରି ରେଲୱେ ଲାଇନ ପାର ହୋଇ ନିଜ ଚାଷ ଜମି କୁ ଯିବା ଆସିବା କରିବା ସହ ପିଲାମାନେ ମଧ୍ୟ ଏହି ବାଟ ଦେଇ ସ୍କୁଲ ଯିବାଆସିବା କରିଥାନ୍ତି ସମସାନ ଭୂମି କୁ ଯିବାକୁ ହେଲେ ମଧ୍ୟ ଗ୍ରାମବାସୀମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ଓ ଏହିରାସ୍ତା ରେ ଯାଇ ଗ୍ରାମର ପ୍ରମୁଖ ଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି । କିନ୍ତୁ ଗ୍ରାମବାସୀ ଙ୍କ ସୁବିଧା ଅସୁବିଧା କୁ ନ ବୁଝି ଏହି ରାସ୍ତାକୁ ସମ୍ପର୍ଣ୍ଣ ଭାବରେ ବନ୍ଦ କରିଦେବାକୁ ପ୍ରଶାସନ ସଦଳ ବଳେ ପହଂଚି ବାରୁ ଗ୍ରାମବାସୀ ବିରୋଧ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ବିନା ଗ୍ରାମବାସୀ ଙ୍କର କୌଣସି ଗମନା ଗମନ ର ସୁବିଧା କରି ଏଭଳି ଭାବରେ କରାଯାଉଥିବା କାର୍ଯ୍ୟ କୁ ଗ୍ରାମବାସୀ ନିନ୍ଦା କରିବା ସହ ପ୍ରବଳ ବିରୋଧ କରିଥିଲେ । ଯଦି ଆମ ସୁବିଧା ନ କରାଯାଏ ତାହାହେଲେ ନିଜ ଚାଷ ଜମିରୁ ନିଜ ଘରକୁ ଯିବାକୁ ହେଲେ ପାଖାପାଖି ୪ କିଲୋମିଟର ରୁ ଉର୍ଦ୍ଧ ରାସ୍ତା କୁରୁଡୁଲ ଗ୍ରାମ ଦେଇ ଯିବାଆସିବା କରିବାକୁ ପଡିବ ବୋଲି ଅଭିଯୋଗ କରିବା ସହ ଆଗ ଓଭର ବ୍ରିଜ ହେଉ କିମ୍ବା ଅନ୍ୟ ଉପାୟ ହେଉ ଆଗ ଗ୍ରାମବାସୀ ଙ୍କ ସୁବିଧା କରାଯାଉ ବୋଲି ଦାବି ଜଣାଇଛନ୍ତି ।




