ଥାନା ବାବୁଙ୍କ ଠାରୁ ନିରାଶ ହୋଇ ଏସପିଙ୍କ ଦ୍ଵାରସ୍ଥ ହେଲେ ବିଧବା ମା ଓ ପୁଅ

ଥାନା ବାବୁଙ୍କ ଠାରୁ ନିରାଶ ହୋଇ spଙ୍କ ଦ୍ଵାରସ୍ଥ ହେଲେ ବିଧବା ମା ଓ ପୁଅ
ଜେ ବି ଏନ, ୧୫/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବାଳଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରଜତ ତ୍ରିପାଠୀ ଙ୍କୁ ସେହି ଗ୍ରାମର ପଶୁରାମ ତ୍ରିପାଠୀ ଙ୍କ ପୁଅ ସାଗର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରଜତ ମଙ୍ଗଳପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍ ଦଫା

୫୬୬/୨୦,୩୪୧,୨୯୪,୩୨୩,୩୨୫,ଓ ୫୦୬ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା କିନ୍ତୁ ତା ପରଦିନ ନୋଟିସ ଦେଇ ଛାଡ଼ି ଦିଆଯାଇଛି । ଅଭିଯୋଗ ଅନୁଯାୟୀ ଗତ ବୁଧବାର ରାତିରେ ରଜତ ନିଜ ଗାଁ ରାସ୍ତା ରେ ଯାଉଥିବା ସମୟରେ ତାଙ୍କୁ ଏକୁଟିଆ ପାଇଁ ଅଭିଯୁକ୍ତ ସାଗର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ କରିଥିଲା ଓ ପରେ ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲା । ଏହା ପରେ ଗ୍ରାମବାସୀ ରଜତକୁ ଉଦ୍ଧାର କରି ଥିଲେ। ଏବଂ ରଜତର ମୂଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇ ଥିବାରୁ ତାଙ୍କୁ ତୁରନ୍ତ ମଙ୍ଗଳପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଭଳି ଅଭାବନୀୟ ପରିସ୍ଥିତିରେ ପୋଲିସ ଅଭିଯୁକ୍ତ କୁ କୋର୍ଟ ଚାଲାଣ ନକରି ଦଫା କୋହଳ କରି ଛାଡ଼ି ଦେବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା କୁ ନେଇ ରଜତ ମଙ୍ଗଳପୁର ଥାନା ଅଧୀକାରିଙ୍କୁ ବାରମ୍ବାର କହିଥିଲେ ମଧ୍ୟ ଥାନା ଅଧିକାରୀ ରଜତ ର କଥାକୁ କର୍ଣ୍ଣପାତ କରିନଥିଲେ ଫଳରେ ଶେଷ ରେ ନିରାଶ ହୋଇ ନିଜ ର ବିଧବା ମା କୁ ନେଇ spଙ୍କ ଦ୍ଵାରସ୍ଥ ହୋଇ ଥିଲେ । ରଜତ ଓ ତାର ବିଧବା ମା କହିଛନ୍ତି ଯେ ସାଗର ପୂର୍ବ ରୁ ତାଙ୍କୁ ଏମିତି ୫ ଥର ଆକ୍ରମଣ କଲାଣି କିନ୍ତୁ ମଙ୍ଗଳପୁର ଥାନା ଅଧୀକାରି କୋୖଣସି ପଦକ୍ଷେପ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଯଦି ତାଙ୍କୁ ନ୍ୟାୟ ନ ମିଳେ spଙ୍କ ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି।




