ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ଅଧାଦେଶ : ପରିଚାଳନା ଦୟିତ୍ଵ କମିଟି କୁ ଦେବାକୁ ନିଷ୍ପତ୍ତି

ଜେ ବି ଏନ, ୧୬/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ୱର : ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଶ୍ରୀ ଲିଙ୍ଗରାଜ ମନ୍ଦିର , ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଏବଂ ବାହାରେ ଥିବା ଅନ୍ୟ ମନ୍ଦିର , ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପାରଗୁଡିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖ୍ ଏହାର ପରିଚାଳନା ଦାୟିତ୍ବ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧାଦେଶକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଦ୍ଵାରା ମନ୍ଦିର କାର୍ଯ୍ୟଗୁଡିକ ସୁପରିଚାଳନା ହେବା ସହିତ ତୀର୍ଥଯାତ୍ରୀ ଏବଂ ଭକ୍ତମାନେ ଅଧୁକ ସୁବିଧା ପାଇବେ । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l



