Spread the love

କେନ୍ଦୁଝର ଜିଲ୍ଲାରେ ଗୋଠଛଡା ଦନ୍ତାହାତୀ ଉତ୍ପାତ୍ ଘରଭାଙ୍ଗି ଖାଇଗଲା ଚାଉଳ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ଗୋଠ ଛଡ଼ା ଦନ୍ତା ହାତୀର ଉପଦ୍ରବ। ଘରଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଲା ଗୋଠଛଡ଼ା ଦନ୍ତା ହାତୀ। ଗତକାଲି ମୟୁରଭଞ୍ଜ ଜିଲ୍ଲାରୁ କେନ୍ଦୁଝରଜିଲ୍ଲା ଚମ୍ପୁଆ ରେଞ୍ଜ କୁ ପଶି ଆସିଥିବା ୨୫ ଟିକିଆ ହାତୀ ପଲରୁ ଏକ ଦନ୍ତା ହାତୀ ଗୋଠଛଡ଼ା ହୋଇ ଚମ୍ପୁଆ ବ୍ଲକ ଭଣ୍ଡା କନ୍ଦାନାଳି ସାହି ଗାଁ କୁ ପଶି ଆସିଥିଲା ।
ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ର କନ୍ଦାନାଳି ସାହିରେ ପଶି ଗାଁ ରେ ଦୁଇଟି ଘରଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଯାଇଛି । ଆଜି ପାହାନ୍ତା ହାତୀଟି ଗାଁ ରେ ପଶି ଗାଁ ର ପରମେଶ୍ବର ମହାରଣା ଓ ପ୍ରମିଳା ମହାରଣାଙ୍କ ଘରଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଯାଇଛି। ହାତୀ ଘର ଭାଙ୍ଗିବା ବେଳେ ଏମାନଙ୍କ ପରିବାର ଘରଭିତରେ ଶୋଇ ଥିଲେ ତେବେ ହାତୀ ଘରଭାଙ୍ଗିବା ଜାଣି ଘରୁ ବାହାରି ନିଜ ଜିବନ ବଞ୍ଚାଇଛନ୍ତି ଏମାନଙ୍କ ପରିବାର। ପରେ ଗାଁ ଲୋକେ ହାତୀକୁ ଘଉଡେଇବାରୁ ହାତୀ ଟି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *