ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ଯାଜପୁର ଗସ୍ତକୁ ଭବ୍ୟ କରିବାଲାଗି ସମର୍ଥ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ବୈଠକ

ଜେ ବି ଏନ, ୧୬/୧୨/୨୦୨୦, (ରିପୋର୍ଟ, ପରେଶ କୁମାର ପଣ୍ଡା/ସରୋଜ କୁମାର ସାହୁ ), ଦଶରଥପୁର/ଯାଜପୁର : ସମ୍ମାନୀୟ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ଯାଜପୁର ଗସ୍ତକୁ ଭବ୍ୟ କରିବାଲାଗି ସମର୍ଥ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ବୈଠକ ଯାଜପୁର ସ୍ଥ ଅଫିସରସ କ୍ଲବ୍ ରେ ଅନୁଷ୍ଠିତ ହୋଇଅଛି । ବୈଠକକୁ ସମର୍ଥ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ କାହ୍ନୁ ଚରଣ ଦାସ ସଭାପତିତ୍ବ କରିଥିବାବେଳେ ସର୍ବଶ୍ରୀ କୂଳମଣୀ ମଲ୍ଲିକ, ଡ, କୈଳାଶ ଚନ୍ଦ୍ର ବିଶ୍ବାଳ, ନିକୁଞ୍ଜ କିଶୋର ପଟ୍ଟନାୟକ, ମନ୍ମଥ ମଲ୍ଲିକ, ଜୀବନ ସାହୁ, ଶ୍ରୀ ମନ୍ଥିନୀ ଜେନା, ଡ, ରାଜକିଶୋର ପଣ୍ଡା,ସୁଶାନ୍ତ ସାହୁ, ଅସୀମ କର, ସୌଭାଗ୍ୟ ନନ୍ଦ ମିଶ୍ର, ଅଶୋକ ଦାଶ, ଆଦି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଅଜିତା ସଂଗଠନର ସଭାନତ୍ରୀ ମୌସୁମୀ ମହାପାତ୍ର, ସ୍ମିତା ସିଂ, ୟୁଥ୍ ଫର୍ ଆକ୍ସନ ର ସାଧାରଣ ସମ୍ପାଦକ ସୁଜିତ୍ ସିଂ ଦିଗ୍ ଦର୍ଶନ କରିଥିଲେ । ଆସନ୍ତା ୨୦ ତାରିଖରେ ଅପରାଜିତା ଷଡ଼ଙ୍ଗୀଙ୍କର ଏହି ଗସ୍ଥ କାର୍ଯ୍ୟକ୍ରମକୁ ସମସ୍ତେ ସ୍ବାଗତ କରିଥିଲେ । ୨୦ ତାରିଖ ସକାଳ ୧୦ ଘ୍, ରୁ କିଆନାଳୀ ଛକରୁ ଶୋଭାଯାତ୍ରାରେ ବାହାରି ମା ବିରଜା ଙ୍କ ଦର୍ଶନ କରିବେ, ପରେ ସମର୍ଥ, ଆଜିତା, ଓ ୟୁଥ୍ ଫର୍ ଆକ୍ସନ ର କାର୍ଯ୍ୟକର୍ତ୍ତା ମାନଙ୍କ ଏକ ବୈଠକ କୁ ଉଦବୋଧନ ଦେବା ସଂଗେସଂଗେ ଏକ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ ।




