ଡିସେମ୍ବର 19ରେ ASSOCHAM ଫାଉଣ୍ଡେସନ ସପ୍ତାହ 2020ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ଜେ ବି ଏନ, ୧୭/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 19 ଦିନ 10.30 ମିନଟ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ASSOCHAM ଫାଉଣ୍ଡେସନ ସପ୍ତାହ 2020ରେ ନିଜର ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ, ଶ୍ରୀ ରତନ ଟାଟାଙ୍କୁ ‘ASSOCHAM ଏଣ୍ଟରପ୍ରାଇଜ ଶତାବ୍ଦୀ ପୁରସ୍କାର’ ମଧ୍ୟ ପ୍ରଦାନ କରିବେ, ଯିଏକି ଟାଟା ଗ୍ରୁପ ତରଫରୁ ଏହି ପୁରସ୍କାର ଗ୍ରହଣ କରିବେ ।
ASSOCHAM ବିଷୟରେ
ASSOCHAM 1920ରେ ଭାରତର ସମସ୍ତ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ପ୍ରମୋଟର ଚାମ୍ବର ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । 400ରୁ ଅଧିକ ଚାମ୍ବର ଓ ବାଣିଜ୍ୟ ସଂଗଠନ ଏବଂ ଭାରତରେ 4.5 ଲକ୍ଷରୁ ଅଧିକ ସଦସ୍ୟଙ୍କୁ ସେବା ପ୍ରଦାନ କରି ASSOCHAM ଭାରତୀୟ ଶିଳ୍ପ ଜଗତ ପାଇଁ ଜ୍ଞାନର ଉତ୍ସ ଭାବେ ଉଭା ହୋଇଛି ।



