ସିଦ୍ଧବାରଙ୍ଗ ଜଗନ୍ନାଥ ମନ୍ଦିର ଚର୍ତୁପାଶ୍ୱ ରେ ଅସାମାଜିକ ଯୁବକ ମାନଙ୍କ ପାଇଁ ପାଲଟିଛି ଆଡାସ୍ଥଳୀ

ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ପୁନଃଙ୍ଗ ପଞ୍ଚାୟତ ସ୍ଥିତ ସିଦ୍ଧ ବାରଙ୍ଗ ଜଗନ୍ନାଥ ମନ୍ଦିର ଅସାମାଜିକ ଯୁବକମାନେ ଅକ୍ତିଆରକରି । ସେଠାରେ ଅଡ୍ଡା ଜମାଇଛନ୍ତି । ମଦ, ଗଞ୍ଜେଇ ଇତ୍ୟାଦି ମାଦକଦ୍ରବ୍ୟ ସେବନ କରିବା ସହ ସେଠାକାର ସାମାଜିକ ପରିବେଶକୁ କଳୁସିତ କରୁଛନ୍ତି । ସମ୍ପ୍ରତି କରୋନା ସଂକ୍ରମଣ ପ୍ରତିହତ କରିବାକୁ ସରକାର ପୋଲିସ ଓ ପ୍ରଶାସନକୁ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ପାଖରୁ ରିଜର୍ଭ ପୋଲିସ ବାରାକ 50 ମିଟର ରହୁଥିବା ବେଳେ ସେପଟେ ସିଦ୍ଧବାରଙ୍ଗ କଲେଜ ରହୁଛି 300 ମିଟର ଅନ୍ୟ ପଟରେ ଦେଖିବାକୁ ଗଲେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଅବସ୍ତିତ l ସତେ ଯେମିତି ଏହି ସ୍ଥାନ ପାଲଟିଯାଇଛି ଅସାମାଜିକ ଯୁବକ ଅଡ୍ଡା ସ୍ଥଳୀ କିନ୍ତୁ ଏହି ମନ୍ଦିର ପ୍ରତି ସତେ ଯେମିତି କାହାର ନିଘା ନାହିଁ । ମନ୍ଦିର ଚର୍ତୁପାଶ୍ୱ ରେ ବୁକ୍ଷ ଭରା ପରିବେଶ ଥିବା ବେଳେ ଯୁବକ ମାନେ ଏଠି ଆଡା ଚଳାଉ ଥିବା ଦେଖିବାକୁ ମିଳୁଛି ତୁରନ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧି ଯିବି ମହଲ ରେ ଦାବି ଉଠୁଛି l



