ପ୍ରବଳ ବର୍ଷା ରେ ନନ୍ଦିଘୋଷ ରଥ ଗଡ଼ିଲା ମାଉସୀ ମନ୍ଦିର

ଭଟଲି (ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଶ୍ରୀ ଦମନ ଧାମ ଇଟଲିଲେ ପ୍ରସିଦ୍ଧ ରଥଯାତ୍ରା ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଗୁରୁବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡ଼ଭଙ୍ଗ, ହାରପିଟା ନୀତି, ମଙ୍ଗଳପ୍ରଦୀପ ସୂର୍ଯ୍ୟପୂଜା, ଅବକାଶ ନୀତି, ମଇଲମ ଓ ବେଶ ପରିବର୍ତ୍ତନ, ଗୋପାଇବଲ୍ଲର ରୋଗ ଲାଗି, ଦ୍ଵାରପାଳ ପୂଜା, ରୋଷ ପୂଜା, ସକାଳଧୂପ ଅନୁଷ୍ଠିତ ହେବାପରେ ପ୍ରଭୁଙ୍କ ସାହାଣମେଲା ଅନୁଷ୍ଠିତ ହୋଇଥିଲା ।ପରେ ଦଧୂବାମନଙ୍କ ଘୋଷଯାତ୍ରା ପାଇଁ ପଦଣ୍ଡି ପୂଜା ଆରମ୍ଭ ହୋଇଥିଲା। ପଦଶିପୂଜା ପରେ ଭଟଲି ମଙ୍ଗଳାର୍ପଣ ଶେଷ ହେବାସହିତ ଇଟଲି ଗୋରିଆ ପରମାନନ୍ଦ ସାହୁଙ୍କ ଦ୍ବାରା ଛେରାପହଁରା ଆରମ୍ଭ କରାଯାଇଥିଲା। ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ନୂତନ ଭାବେ ଦାୟିତ୍ବ ନେଇଥିବା ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ, ଜିଲା ଓ ପୁଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଭୁଙ୍କ ପୁରୋହିତମାନଙ୍କ କର ଦୋଳିରେ ହଲି ହଲି ଝୁଲି ଝୁଲି ଶ୍ରୀମନ୍ଦିରରୁ ରଥ ନିକଟକୁ ପଦଣ୍ଡ ପଦଣ୍ଡ ହୋଇ ଆସିଥିଲେ । ପ୍ରତିକୂଳ ପାଗ ପାଇଁ ଦିନ ୧୧ଟା ପରିବରେ ଦିବା ୧୨ ଟା ୪୫ ମିନିଟରେ ପହଣ୍ଡି ଆରମ୍ଭ ହୋଇଥୁଲା I ଶ୍ରଦ୍ଧାଳୁ, ଭକ୍ତଙ୍କ ହୁଳହୁଳି, ହରିବୋଳ, ଘଣ୍ଟ, ଶଙ୍ଖ ଧନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଭକ୍ତମାନେ କିଏ ଛତ୍ର, କିଏ ଚନ୍ଦ୍ରାତାପ କିଏ ଆଲଟ, କିଏ ଚାମର ଧରି ପ୍ରଭୁଙ୍କ ସେବାରେ ଲାଗିପଡ଼ିଥିଲେ l ପ୍ରଭୁଙ୍କ ସମ୍ମୁଖରେ ଅନେକ ସଂକାର୍ଜନ୍ୟ ଦଳ, ବ୍ୟାଣ୍ଡବାଳା ପାର୍ଟି ପ୍ରମୁଖ ନିଜନିଜର କଳା ପ୍ରଦର୍ଶନ କରିଥିଲେ । ଏହି ପହଣ୍ଡି ବିଜେ ଦୃଶ୍ୟ ବେଶ୍ ମନୋରମ ହୋଇଥିବାରୁ ଏ ସମୟରେ ବଡ଼ଦାଣ୍ଡକୁ ଭକ୍ତଙ୍କ ସୁଅ ଛୁଟି ଥିଲା । ପହଣ୍ଡି ରାସ୍ତାରେ ସମସ୍ତେ ନିଜ ନିଜ ଗୃହ ସମ୍ମୁଖରେ ଝୋଟି କଟି କିସ ଜାଗର ସ୍ଥାପନ ପୂର୍ବକ ଦଧିବାମନ, ପରମାନନ୍ଦ ଏବଂ ସତୀକାରୀଙ୍କ ନାମରେ ଚାଳକ ପୁଞ୍ଜି ଦେଇ ଫୁଲ ତୁଳସୀ, କ୍ଷୀର ପାଣିରେ ମହାପ୍ରଭୁଙ୍କ ପଦ ଧୋଇ ସ୍ବାଗତ କରିଥିଲେ । ରାସ୍ତାରେ ସମସ୍ତେ ଆମ୍ବ ତୋରଣ ଦେଇ ସଜାଇ ଥିଲେ। ମହାପ୍ରଭୁ ଦମନଙ୍କୁ ଦିବା ୧ ଟା ୪୫ ମିନିଟରେ ରଥାରଡ଼ କରାଯାଇଥିଲା । ତାଙ୍କୁ ରଥରେ ବେଶ କରାଯାଇ ପୂଜାପାଠ ସହ ମଙ୍ଗଳ ଆଳତି କରାଯାଇଥିଲା। ନନ୍ଦିଘୋଷ ରଥର ମଣ୍ଡନି କାର୍ଯ୍ୟ ମେହେର ସମାଜ, ଫୁଲ ସାଜସଜ୍ଜା ଫୁଲ ସେବା କମିଟି, ଘଣ୍ଟ ବାଦ୍ୟ ପାର୍ଟି, ତୁଳସୀ ସେବା, ରଥ ସେବକମାନେ ସେବା କରିଥିଲେ । ମଙ୍ଗଳ ଆଳତି ପରେ ନବଜନ୍ମିତ ଶିଶୁଙ୍କୁ ପରମ୍ପରା ଅନୁଯାୟୀ ରଥଛୁଆଁ ଯାଇଥିଲା । ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ଅପରାହ୍ଣ ୨ଟା ୪୫ ମିନିଟରେ ଯାତ୍ରା ଆରମ୍ଭ କରିଥିଲା । ରଥ ରାତ୍ର ପ୍ରାୟ ୭ଟାରେ ମାଉସୀ ମା’ ନିକଟସ୍ଥ ରଥପଡ଼ିଆରେ ପହଞ୍ଚିଥିଲା । ପଡ଼ିଆରେ ରଥ ପହଞ୍ଚିବା ପରେ ରଥରେ ପ୍ରଭୁଙ୍କ ମଙ୍ଗଳ ଆଳତି କରାଯାଇଥିଲା । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ରାୟଗଡ଼, ରାୟପୁର, ବିଲାସପୁର, ଜୈସନା, ଭିଲାଇ ଓ ମଧ୍ୟପ୍ରଦେଶ ଆଦି ସ୍ଥାନରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।ନରେନ୍ଦ୍ର ପଣ୍ଡା ଓ ଶ୍ରୀକାନ୍ତ ସତପଥ ଧାରା ବିବରଣୀ ଏବଂ କିଶୋର ବେହେରା ଭଜନ ପରିବେଷଣ କରିଥିଲେ। ବରଗଡ଼ ଆରକ୍ଷୀ ଅଧୀକ୍ଷକ ରବିନ୍ଦ୍ରନାଥ ସତପଥ ଭଟଲି ଥାନା ଅକାରୀ ବିଭୂତି ଭୂଷଣ ଦଳେଇଙ୍କ ସମେତ ବିଭିନ୍ନ ଥାନାଧିକାରୀ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ । ଭଟଲି ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର ପ୍ରମୁଖ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ରଥଯାତ୍ରା ପରିଚାଳନା ସ୍ଥିତି ପରଖ୍ ଥିଲେ। ରଥରପରେ ମହାପ୍ରଭୁଙ୍କୁ ଗଜାମୁଗ, ମିଶ୍ରି ଏବଂ ପଇଡ ଭୋଗ ଲାଗି କରାଯାଇଥିଲା । ଭଟଲି ବିଧାୟକ ରଥାରଡ଼ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଥାନା ଛଳରେ ପୂରୋଜିତମାନଙ୍କ ସହ ସପ୍ତ ଆଳତି ଦେଇଥିଲେ । ଏହା ବ୍ୟତୀତ ବରଗଡ଼ ଜିଲାପାଳ ଆଦିତ୍ୟ ଗୋଯଲ୍, ଉପଜିଲାପାଳ ପ୍ରସନ୍ନ ପାଣେ ରଥାଉଡ଼ ଶ୍ରୀ ବଧୂବାମନଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ରାତ୍ର ୭ଟାରେ ମାଉସୀ ମା ମନ୍ଦିରକୁ ପହଞ୍ଚିଥିଲା । ମାଉସୀ ମା’ ମଣ୍ଡପରେ ସ୍ଥାନୀୟ ଦିବ୍ୟ କଳା କ୍ଷେତ୍ର ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ସେହିପରି କୁଶନପୁରୀ ଗ୍ରାମରେ ମଧ୍ୟ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଭରଣୀ ସୁଭଦ୍ରାଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଯାଇଛି । ଏଥିପାଇଁ କୁଶନପୁରୀ ଜଗନ୍ନାଥ ମନ୍ଦିରରେ ସକାଳୁ ନୀତିକାରି ସମାପନ ପରେ ତିନି ଭରଣା ଭାଇ ରଥାଉଡ଼ ହୋଇଥିଲେ। ପରେ ରଥଟଣା ଆରମ୍ଭ ହୋଇଥିଲା I ରଥ ଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ଭକ୍ତମାନେ ପ୍ରଭୁଙ୍କୁ ଆଳତି କରିଥିଲେ । ଏହି ଯାତ୍ରାରେ ମଧ୍ୟ ସହସ୍ରାକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।



