ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଚିତ୍ତଳପୁର ପଂଚାୟତ ରେ ନିମ୍ନ ମାନର ରାସ୍ତା ନିର୍ମାଣ..

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଚିତ୍ତଳପୁର ପଂଚାୟତ ରେ ନିର୍ମାଣ ହୋଇଥିବା RD ବିଭାଗର ରାସ୍ତା କାମ ନିମ୍ନ ମାନର ହୋଇଥିବାରୁ ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବିଦ୍ୟାଳୟ କୁ ଗାଡି ଓ ପାଖ ମେଡିକାଲ କୁ ଓ ବିଭିର୍ଣ୍ଣ କମ୍ପାନୀ ମାନଙ୍କୁ ଜାତାୟତ ଓ ସଡ଼କ ଟି ଗହଳ ଚହଳ ରହୁଥିବା ବେଳେ, ରାସ୍ତାଟି ର ମଝିରେ ଓ ଦୁଇ ପାର୍ଶ୍ୱରେ ଗର୍ତ୍ତ ସୄଟି ହୋଇଛି. ଫଳରେ କେଉଁ ମୁହୁର୍ତ୍ତ ରେ ବିପଦ ନ ଘଟିବ କହିହେବନି.. ତେଣୁ ତୁରନ୍ତ ରାସ୍ତାଟି ନିର୍ମାଣ କରାଯାଉ ବୋଲି ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି. ଏବଂ ପାଖରେ ପୋଲ ପାଖରେ ଥିବା ବିଦ୍ୟୁତ ଖୁଣ୍ଟ ଟି ଉପୁଡି ଯାଇଥିବା ହେତୁ ବିଦ୍ୟୁତ ସରବରାହ ବନ୍ଦ ଫଳରେ ଛାତ୍ରଛାତ୍ରୀ ଓ ବୁଢାବୁଦ୍ଧି ବସ୍ତି ରେ ରହିଥିବା ଲୋକଙ୍କର ଅସୁବିଧା ହେଉଛି.. ତେଣୁ ବିଭାଗୀୟ କର୍ମଚାରୀ ଏହାକୁ ତୁରନ୍ତ କରିବା ପାଈଁ ଅନୁରୋଧ କରାଯାଇଛି..



