ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ଅନୁଗୋଳ,ତା.୧୭.୦୭:- ସୁଶ୍ରୀ ସନମ୍ସ୍ମିତା ସାହୁ ଆଜି ଅପରାହ୍ନରେଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦାୟିତ୍ବରେ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଡେପୁଟୀ କଲେକ୍ଟର ଶ୍ରୀ ଜୟଜିତ୍ ଧଳଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପ୍ରକାଶଥାଉକି, ସୁଶ୍ରୀ ସନମ୍ସ୍ମିତା ସାହୁ ଗତ ବର୍ଷ ନଭେମ୍ବର ୨୬ ତାରିଖ ଠାରୁ ଅନୁଗୋଳ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ଏହି ଅବସରରେ ସୁଶ୍ରୀ ସାହୁ ଆଗାମୀ ଦିନରେ ନିଜର ଦାୟିତ୍ବ ସୂଚାରୁରୁପେ ତୁଲାଇବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧୂମାନଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି ।



