Spread the love

ଯୋଡ଼ା ଥାନା ଅନ୍ତର୍ଗତରେ ନାବାଳକର ମୃତଦେହ ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ।

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ନା ବାଳକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ। କେନ୍ଦୁଝର ଜିଲ୍ଲା ଯୋଡାଥାନା ଅନ୍ତର୍ଗତ ତଥା ଯୋଡ଼ା ପୌରପ।ଳିକା ୧୨ ନମ୍ବର୍ ୱାର୍ଡ ଖୁଣ୍ଟପାଣି ଜଙ୍ଗଲରେ ଏକ ନାବାଳକ ର ମୃତଦେହ ପୋଲିସ ଉଦ୍ଧାର କରିଥିବା ନେଇ ସୂଚନା।ନାବାଳକର ବୟସ ପାଖାପାଖି ୯ ବର୍ଷ ହେବ ବୋଲି ଜଣାପଡିଛି, ଗତ ୧୫ ତାରିଖ ରାତିରେ କ୍ରିଷ୍ଣା କାଳନ୍ଦୀ (୯) ନାବାଳକ ଓ ତାଙ୍କ ମଝିଆଁ ଭଉଣୀ ,ଓ ଭିଣେଇ ମିଶି ନିକଟସ୍ତ ଜଙ୍ଗଲକୁ ଯାଇ ଥିଲେ ।ସେଠାରେ ନାବାଳକଙ୍କ ମୃତ୍ୟୁ ଘଟିଯାଇଥିବା ପରେ ଭଉଣୀ ଓ ଭିଣେଇ ଦୁହେଁ ସେଠାରୁ ଘରକୁ ପଳାଇ ଆସିଥିଲେ । ସ୍ଥାନୀୟ ଲୋକେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।ପୋଲିସ ସେଠାରୁ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।ମୃତ ନାବାଳକ ଙ୍କ ବଡ ଭଉଣୀ ଓ ପରିବାର ବର୍ଗ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ କୁ କହିଛନ୍ତି ।ତେବେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା । ତେବେ ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *