ଧର୍ମଶାଳା ରୁ ଆସିଲା ସାଙ୍ଘାତିକ ଅଭିଯୋଗ , ଲଭ ଜିହାଦ ନାଁ ରେ ଅଭିଯୋଗ


‘ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ବୋଉ ତୁ ବାପାଙ୍କୁ କହି କେମିତି ହେଲେ ମୋତେ ନେଇଯା, ନୋହିଲେ ତମେ ମୋତେ ଆଉ ପାଇବୁନି, ସେମାନେ ମୋତେ ମାରି କୋଉଠି ଫୋପାଡ଼ି ଦେବେ !’
ଧର୍ମଶାଳା ଥାନା ଅଞ୍ଚଳର ଜନୈକା ଯୁବତୀ ‘ଲଭ୍ ଜିହାଦ୍’ର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ! ଜୀବନ ବିପଦରେ ଥିବା ଅପହୃତା ଯୁବତୀ ଅପହରଣକାରୀଙ୍କ କବଳରୁ ଉଦ୍ଧାର ପାଇଁ ନିଜ ମା’ଙ୍କୁ ଫୋନ୍ ଯୋଗେ ଆକୁଳ ନିବେଦନ କରିଛନ୍ତି ! ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ! ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୋଲିସ୍ ମାମଲାଟିକୁ ଅଧିକ ଗମ୍ଭୀରତାର ସହ ଗ୍ରହଣ କରି ଯଥାଶୀଘ୍ର ଅପହୃତାଙ୍କୁ ଉଦ୍ଧାର କରିବା ସହିତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି !
ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜନୈକା ଯୁବତୀଙ୍କ ସହିତ ପଡୋଶୀ ଚୋରମୁହାଁ ଗ୍ରାମର ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ଅବଦୁଲ ସେହମତ୍ ଖାଁ ଓରଫ ବବି ପ୍ରଥମେ ବନ୍ଧୁତା ସ୍ଥାପନ କରି ଗତ ୫ତାରିଖ ଦିନ ସମ୍ପୃକ୍ତା ଯୁବତୀ ନିଜର ମାଇଗ୍ରେସନ ସାର୍ଟିଫିକେଟ୍ ପାଇଁ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଯାଇଥିବା ବେଳେ ଅପହରଣ କରିନେଇ ପୋଲିସରେ ଜଣାଇଲେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରି ଦେବାର ଭୟ ପ୍ରଦର୍ଶନ କରି ଏବଂ ମାଡ଼ ମାରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ତାଙ୍କ ସହିତ କୋର୍ଟ ସହ ମୁସଲମାନ ରୀତିନୀତିରେ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଥିବା ଏବଂ ତାଙ୍କ ଉପରେ ଗୁଣିଗାରେଡ଼ି ପ୍ରୟୋଗ କରି ମାନସିକ ଶୋଷଣ କରୁଥିବା କଥା ଝିଅଠାରୁ ଫୋନ୍ ଯୋଗେ ଜାଣିବା ପରେ ତାଙ୍କ ପିତା ଥାନାରେ ଏତଲା ଦେଇଥିଲେ ! ଅଭିଯୋଗ ଆଧାରରେ ପୋଲିସ୍ ତତ୍ପରତା ପ୍ରକାଶ କରି ଅପହୃତା ଯୁବତୀଙ୍କ ଉଦ୍ଧାର ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ଏଯାଏଁ କୌଣସି ସଫଳତା ମିଳି ପାରିନାହିଁ ! ଅନ୍ୟପଟେ ଯୁବତୀଙ୍କ ଅପହରଣରେ ଅପରାଧିକ ଷଡଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଛି ! ଜେଏମଏଫସି ଜାମିନ ଆବେଦନର ଶୁଣାଣୀ କରି ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ! ଅନ୍ୟପଟେ ଝିଅର ଜୀବନ ପ୍ରତି ବିପଦ ରହିଥିଲେ ବି ଅପହରଣର ୧୦ଦିନ ପରେ ମଧ୍ୟ ପୋଲିସ୍ ତାଙ୍କୁ ଉଦ୍ଧାର କରିବାରେ ବିଫଳ ରହିଥିବାରୁ ଝିଅର ଉଦ୍ଧାର ନିମନ୍ତେ ପ୍ରାର୍ଥନା କରି ତାଙ୍କ ବାପା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି !
(ଝିଅର ମା ସହ ହୋଇଥିବା ଉପର ଦୁଇ ଅଡିଓ କଥାବାର୍ତ୍ତା ଶୁଣନ୍ତୁ)



