ତୈଳ ଦର ବୃଦ୍ଧି ପ୍ରତିବାଦରେ ରେ ଯୁବ କଂଗ୍ରେସ ର ବିକ୍ଷୋଭ

ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଯୁବକଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ସ୍ଥାନୀୟ ଥାନା ଛକ ନିକଟରେ ବିକ୍ଷୋବ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁସପୁତ୍ତଳିକା ଦାହ କରାଯାଇଥିଲା।ଏହି ବିକ୍ଷୋବରେ ଜିଲା କଂଗ୍ରେସ ସଭାପତି ନଟବର ବାରିକ,ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲିକ,ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର, ପ୍ରଦୀପ୍ତ କୁମାର ସାହୁ ,ନିରଞ୍ଜନ ଦଳେଇ,ପପୁ ମଳିକ,କୃଷ୍ଣ ଚନ୍ଦ୍ର ପ୍ରଧାନ,ଅନୀଲ ଦାସ ଡ଼ଃ ଜଗଦାନନ୍ଦ ବେହେରା,ସୂର୍ଯ୍ୟକାନ୍ତ ସାହୁ,ସତ୍ୟ ମଲ୍ଲିକ, ଆଶିଷ କୁମାର ଗୋଛୟତ, ଡୁଲୁ ପରିଜା ଓ ବହୁ ଯୁବ ଛାତ୍ର କଂଗ୍ରେସ କର୍ମୀ ମାନେ ବିକ୍ଷୋବରେ ଯୋଗଦେଇ କେନ୍ଦ୍ରସରକାରଙ୍କ ବିରୋଧରେ ନରବାଜି କରିଥିଲେ।ଯଦି କେନ୍ଦ୍ର ସରକାର ତୈଳଦର ବୃଦ୍ଧି କୁ ନକମାନ୍ତି ତାହେଲେ କଂଗ୍ରେସ ଦଳ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।




