ଏସ ଟି ଆଇ ଫ୍ଲାଇ ଓଭର ନିକଟରେ ସୁନା ଦୋକାନୀଙ୍କ ମୁଣ୍ଡକୁ ଗୁଳିମାଡ଼, ଦୋକାନୀ ମୃତ : ରାଉରକେଲା


ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ଗଡନାୟକ), ରାଉରକେଲା : ଆଜି ରାତିରେ ଏସ ଟି ଆଇ ଫ୍ଲାଇ ଓଭର ନିକଟରେ ସୁନା ଦୋକାନୀଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ ଗୁଳି ମାଡ କରିଛି l ଗୁଳିମାଡ଼ ହୋଇଥିବା ସୁନା ଦୋକାନି ନାମ ହେଉଛି ସୋରଜ୍ ସାହୁ l ଘରକୁ ଫେରୁଥିବା ବେଳେ ରାଉରକେଲାର ସରକାରୀ ଡାକ୍ତରଖାନା ନିକଟରେ ଥିବା ଫ୍ଲାଏଓଭରରେ ସୁନା ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ସିଧା ତାଙ୍କ ମୁଣ୍ଡରେ ମାଡ଼ ହୋଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ ହସ୍ପିଟାଲ୍ ମୂତୁ ହୋଇଛି l





