ରେମୋ ଡି’ସୁଜା ହସ୍ପିଟାଲରୁ ନିଜ ଘରେ ପହଞ୍ଚିଲେ

ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ/ମୁମ୍ବାଇ : ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କର ହୃଦଘାତ ହୋଇଥିଲା, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଥିଲେ। । ତେବେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରେ ପହଞ୍ଚିଛନ୍ତି। ଏହି ସୂଚନା କୋରିଓଗ୍ରାଫର ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ରେମୋ ଡି’ସୁଜା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଘରକୁ ଫେରିଥିବା ବେଳେ ସେଠାରେ ତାଙ୍କର ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି।




