
ଉପବାଚସ୍ପତି ଙ୍କ ଦ୍ଵାରା ନୂଆହତା ହାଇସ୍କୁଲ ର ଅଫିସଗୃହ ଶୁଭ ଉଦ୍ଘାଟନ
(ଜେ ବି ଏନ /ସୁଶାନ୍ତ କୁମାର) ୧୯/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ର ହାଇସ୍କୁଲ ରେ ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଗୃହ ଟି ୨ ଲକ୍ଷ୍ୟ ୯୦ ହଜାର ଟଙ୍କା ରେ ତିଆରି ହୋଇଅଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରଜନୀ କାନ୍ତ ସିଂ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ନାଥ, ରାଜ୍ୟପାଳ ପୁରସ୍କୃତ ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ କୁମୁଦ ଚନ୍ଦ୍ର ସିଂ, ସ୍କୁଲ ର ପୂର୍ବତନ ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ଧିର, ଏସ୍ ଏମ୍ ସି ପ୍ରେସିଡେଣ୍ଟ ଦୁଃଶାସନ ଦାସ, ମୋ ସ୍କୁଲ୍ ଅଭିଯାନ ପ୍ରତିନିଧି ମନୋଜ କୁମାର ବେହେରା,ସମିତି ସଭ୍ୟ ଶିବ ରାମ ମାଝୀ, ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ପଞ୍ଚାୟତ ର ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।




