ଥର୍ମାଲ ବନ୍ଦ କୁ ନେଇ ଭାରତୀୟ ମଜଦୁର ସଙ୍ଘ ର ଆନ୍ଦୋଳନ ଚେତାବନୀ

ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନଗୁଳ ଜିଲ୍ଲା ତାଳଚେର ସ୍ଥିତ ଗଢି ଉଠିଥିବା ଥର୍ମାଲ ତାପଜ ବିଦ୍ୟୁତ କେନ୍ଦ୍ର ବନ୍ଦ ହେବା ରାଜ୍ୟ ସରକାର ଙ୍କ ଅକ୍ଷମଣିୟ ଅପରାଧ ବୋଲି ଏହାକୁ ଭାରତୀୟ ମଜଦୁର ସଙ୍ଘର ଦୃଢ଼ ବିରୋଧ ସହ ଆନ୍ଦୋଳନ ଚେତାବନୀ ଦେଇଛି l କାରଣ ତାଳଚେର ଥର୍ମାଲ ତାପଜ ବିଦ୍ୟୁତ କେନ୍ଦ୍ର ତା 5-1-1964 ମସିହା ରେ ଓଡିଶା ସରକାର ଙ୍କ ଦ୍ଵାରା ଶୁଭ ଦିଆଗଲା ପରେ (ତା -17-12-1967) ମସିହା ର ଉତ୍ପାଦନକ୍ଷମ ହୋଇ ଥିଲା l ସେହି ଦିନ ଠାରୁ ଓଡିଶା କୁ ନିରନ୍ତର ବିଜୁଳି ଦେଇ ଆସୁଥିବା ବେଳେ ଆର୍ଥିକ ଓ ବୈଷୟିକ ଅସୁବିଧା ପାଇଁ ଏହା ପୂର୍ଣ୍ଣ କ୍ଷମତା ରେ ଉତ୍ପାଦନ କ୍ଷମ ହୋଇ ପାରିଲା ନାହିଁ l ତେଣୁ ଓଡିଶା ସରକାର ଏହି ବିଦ୍ୟୁତ କେନ୍ଦ୍ର କୁ ତା 3-6-1995 ରୁ NTPC କୁ ହସ୍ତାନ୍ତର କରିଥିଲେ l NTPC ର ଉର୍ନତ ବୈଷୟିକ କୌଶଳ ପାଇଁ ଏହି ବିଦ୍ୟୁତ କେନ୍ଦ୍ର 2010 ମସିହା
ଠାରୁ ଏପର୍ଯ୍ୟନ୍ତ କ୍ରମାଗତ ଭାବେ 90 ପ୍ରତିଶ୍ରତ ରୁ ଅଧିକ ଉତ୍ପାଦନ କ୍ଷମ ହୋଇ ସାରିଛି l 2017 ମସିହା ରେ NTPC ଏହାର ସଂପ୍ରସାରଣ କାର୍ଯ୍ୟ ଟେଣ୍ଡର ମାଧ୍ୟମ ରେ( ଭେଲ )କମ୍ପାନୀ କୁ ପ୍ରଦାନ କରିଥିଲା l କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପରସ୍ପର ସହଯୋଗ ର ଅଭାବ ପାଇଁ ସଂପ୍ରସାରଣ କାର୍ଯ୍ୟ ଏପର୍ଯ୍ୟନ୍ତ କlର୍ଯ୍ୟ ହୋଇ ନ ପାରିଲା ନାହିଁ l ଯଦି ଏହି ପ୍ଲାଣ୍ଟ ର ସଂପ୍ର ସାରଣ ନ ନ ହୁଏ ହଜାର ହଜାର ଶ୍ରମିକ କାମ ହରାଇବେ l ଏହି ତାପଜ ବିଦ୍ୟୁତ କେନ୍ଦ୍ର କୁ ପରିବେଶ ବିଭାଗ ତରଫରୁ 2019 ପର୍ଯ୍ୟନ୍ତ ଚାଲୁ ପାଇଁ ଅନୁମତି ଦେଇ ଥିଲେ l ପରିବେଶ ବିଭାଗ ସହିତ NTPC ଆଲୋଚନା କରି ଆବଶ୍ୟକିୟ (ଫ୍ଲୁ ଗ୍ୟାସ ଡ଼ିସଲଫ ରାଇଜେସନ )ବ୍ୟବସ୍ଥା ଲାଗୁ ପାଇଁ ରାଜି ହୋଇ ଥିଲା l କିନ୍ତୁ NTPC ର ସଂପ୍ରସାରଣ କାର୍ଯ୍ୟ ହୋଇ ପାରୁ ନଥିବା ହେତୁ ଫ୍ଲୁ ଗ୍ୟାସ (ଡ଼ିସ ଲଫ ରାଇଜେସନ )କାର୍ଯ୍ୟ ସ୍ଥଗିତ ରହିଛି l ଏହି ତାପଜ ବିଦ୍ୟୁତ କେନ୍ଦ୍ର ରେ 1800 ସହ ଠିକା ଶ୍ରମିକ କାମ କରନ୍ତି l କିନ୍ତୁ ପ୍ଲାଣ୍ଟ ବନ୍ଦ ହୋଇ ଗଲେ କେଉଁ ଠାରୁ ରୋଜଗାର ଗୁଜୁରାଣ ମେଣ୍ଟାଇବେ ବୋଲି ଭାରତୀୟ ମଜଦୁର ସଙ୍ଘ ଆଜି ପ୍ରେସ ମିଟ ମାଧ୍ୟମ ରେ ଜବାବ ମାଗିଛି l ତେଣୁ ଏହି ପ୍ଲାଣ୍ଟ କୁ ବନ୍ଦ କରିବା ପରିଵର୍ତ୍ତେ ଚାଲୁ ରଖିବା ଓ ଏହାର ସଂପ୍ର ସାରଣ କାର୍ଯ୍ୟ ଖୁବ ଶୀଘ୍ର କରିବା ସହ ହଜାର ହଜାର ପରିବାର ଗୁଜୁରାଣ ବଜାୟ ରଖିବାକୁ ଭାରତୀୟ ମଜ ଦୂର ସଂଙ୍ଘ ତରଫରୁ ଦାବୀ କରାଯାଉଛି l ନଚେତ ରୋଜଗାର ହରାଇବା ସମସ୍ତ ପରିବାର ଓ ସେହି ଅଂଚଳ ର କ୍ଷତି ଗ୍ରସ୍ତ ଜନ ସାଧାରଣ ରାଜ ରାସ୍ତା କୁ ଓହ୍ଲେଇବେ ଓ ରାଜ୍ୟ ବାହାର କୁ କୋଇଲା ଯୋଗାଣ ସମ୍ପୂର୍ଣ ବନ୍ଦ କରି ଦେବାକୁ ସଙ୍ଘ ତରଫରୁ ଚେତାବନୀ ଦେଇଛନ୍ତି l





