
ପରି ର ନ୍ୟାୟ ପାଇଁ ପଦଯାତ୍ରା କୁ ଓହ୍ଲାଇଲେ ବିଜେପି କର୍ମକର୍ତ୍ତା
(ଜେ ବି ଏନ /ସୁଶାନ୍ତ କୁମାର) ୨୦/୧୨/୨୦୨୦ ଢେଙ୍କାନାଳ : ନୟାଗଡ଼ର ନିଷ୍ପାପ ଶିଶୁ ପରୀକୁ ନ୍ୟାୟ ଦେବା , ପରୀ ଘଟଣାର ସିବିଆଇ ତଦନ୍ତ , ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ରାଜ୍ୟର ନିଖୋଜ ଶିଶୁମାନଙ୍କୁ ଉଦ୍ଧାର ଦାବିରେ ରାଜ୍ୟ ବିଜେପି ତରଫରୁ ଚାଲିଥିବା ଜନ ଆନ୍ଦୋଳନକୁ ଅଧିକ ଶାଣିତ କରିବା ପାଇଁ ଆଜି ଢେଙ୍କାନାଳ ବିଜେପି ସଦସ୍ୟଙ୍କ ପକ୍ଷରୁ ପଦଯାତ୍ରା କରାଯାଇଛି ।
ବିଜେପି ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଙ୍କ ନେତୃତ୍ବରେ ଢେଙ୍କାନାଳ law କଲେଜ ଠାରୁ ଆରମ୍ଭ କରି ଗଣେଶ ବଜାର୍ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଏକ ପ୍ରତିବାଦ ପଦଯାତ୍ରା କରଯାଇଥିଲା । ଏହି ପଦଯାତ୍ରାରେ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଓବିସି ସଭାପତି କୃଷ୍ଣଚନ୍ଦ୍ର ପାତ୍ର,, ରାମଚନ୍ଦ୍ର ପାତ୍ର, ମହିଳା ମୋର୍ଚ୍ଚା ସଦସ୍ୟା, ଯୁବ ମୋର୍ଚ୍ଚା ସାଥୀ ଓ ଅନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ।




