
ସମ୍ବାଦ ଆମ ଓଡିଶା ଓ ତଳମୂଳ ଶାସନ ଗ୍ରାମବାସୀ ମିଳିତ ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
(ଜେ ବି ଏନ /ସୁଶାନ୍ତ କୁମାର) ୨୦ /୧୨ /୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଶାସନ ପ୍ରାଥମିକ ବିଦ୍ୟାଳୟରେ ଆଜି ସମ୍ବାଦ ଆମ ଓଡ଼ିଶା ଓ ତଳମୂଳ ଶାସନ ଗ୍ରାମବାସୀଙ୍କର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଯୋଗେଶ୍ୱର ତ୍ରିପାଠୀ, ସନ୍ତୋଷ କୁମାର ତ୍ରିପାଠୀ, ଏକାନ୍ତ କୁମାର ଷଡଙ୍ଗୀ, ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରି ଶିବିର ଉଦ୍ଘାଟନ କରିଥିଲେ ।
ଅନୁଗୋଳ ଜିଲ୍ଲା ତାଳଚେର ରକ୍ତଦାନ ଭାଣ୍ଡର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା ରକ୍ତ ସଂଗ୍ରହ ରେ ଲାବ ଟେକନିସିଆନ ପ୍ରସନ୍ନ କୁମାର ବେହେରା, ଲକ୍ଷ୍ମଣ ସାହୁ,ବିଜୟଲଷ୍ମୀ ନାୟକ ଓ କର୍ମଚାରୀ ସତ୍ୟବ୍ରତ ସାହୁ,ଚନ୍ଦ୍ରମଣି ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ୩୫ ୟୁନିଟ ସଂଗ୍ରହ ହୋଇଥିଲା।

ରକ୍ତଦାନ ଶିବିର ପରିଚାଳନା କରିଥିଲେ ଶିଶିର କୁମାର ନନ୍ଦ, ରାଧାକାନ୍ତ ପଟ୍ଟନାୟକ , ପ୍ରଦୀପ ଦ୍ଵିବେଦୀ, ଶ୍ରୀକାନ୍ତ ନାଥ, ହରେଶ କର, ଅମରେଶ ଦ୍ଵିବେଦୀ, ବୁବୁ ଦାସ, ରୁଦ୍ର ପ୍ରସାଦ ଦାସ, ରୁସେନ୍ କୁମାର ନାଥ, ବାପି ସାହୁ, ବ୍ରଜଲାଲ ସାହୁ, ସନ୍ତୋଷ କୁମାର ସାହୁ ଓ ତଳମୂଳ ଶାସନ ଗ୍ରାମର ଯୁବଗୋଷ୍ଠୀ। ଶିବିର ସଂଯୋଜନା କରିଥିଲେ ସମ୍ବାଦ ଆମ ଓଡ଼ିଶା ସଂଯୋଜକ ତଥା ବଅଁରପାଳ ବ୍ଲକ ସମ୍ବାଦ ପ୍ରତିନିଧି ରାଜେଶ କୁମାର ନାୟକ।

ରକ୍ତଦାତାଙ୍କ ନାମ ନରେନ୍ଦ୍ର ମହାଳିକ, ଅଶୋତୋଷ କର, ସୁଭମ କୁମାର ତ୍ରିପାଠୀ, କିରଣ ଚନ୍ଦ୍ର ସାହୁ, ରୁସେନ କୁମାର ନାଥ, ଦେବାଶିଷ ପଟ୍ଟନାୟକ, ଅବିନାଶ ଦାସ, ପ୍ରକାଶ କୁମାର ଜେନା,ଅଭିମନ୍ୟୁ ନାଥ,ମନୋଜ କୁମାର ସାହୁ,ଶ୍ରୀକାନ୍ତ କୁମାର ନାଥ, ଦେବାଶିଷ ଦାସ, ଉମେଶ ଚନ୍ଦ୍ର ସାହୁ, ରଞ୍ଜିତ ଧଳବିଶୋଇ, ଆଶିଷ କୁମାର ପରିଡ଼ା,ଶୁଭେନ୍ଦୁ କୁମାର ବେହେରା, ବିଶ୍ଵଜୀତ ଦାସ, ସମ୍ବିତ ଦାସ, ଶୁଭ୍ରାଂଶୁ ନାଥ, ସୁଶାନ୍ତ ପଟ୍ଟନାୟକ, ଜୟଦେବ ସାହୁ, ଦେଵବ୍ରତ ତ୍ରିପାଠୀ, ରାଧାକାନ୍ତ ପଟ୍ଟନାୟକ, ଶିଶିର କୁମାର ନନ୍ଦ,ମହେନ୍ଦ୍ର ଧଳବିଶୋଇ, ଅମରେଶ ଦ୍ବିବେଦୀ, ଅଙ୍କିତ କୁମାର ନାୟକ, ଏସ କେ ବିଶୋଇ,ଦିପୁନ ସାହୁ,ସୌମ୍ୟପ୍ରକାଶ ସାହୁ,ଭାଗୀ ମହାପାତ୍ର,କୁନା ମହାପତ୍ର, ଜଗଦୀଶ ତ୍ରିପାଠୀ, ପ୍ରତିରଞ୍ଜନ ନାଥ,ଚୈତନ୍ୟ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ।



