
ଦିନ ଦିପହରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ
(ଜେ ବି ଏନ /ସୁଶାନ୍ତ କୁମାର) ୨୧/୧୨/୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସାନ୍ତରାପୁର ‘ଖ’ ଗ୍ରାମ ପଞ୍ଚାୟତ କଲଣ୍ଡାପାଳ ସ୍କୁଲ ନିକଟରେ ଦିନ ଦିପହରେ ମାରଣାସ୍ତ୍ର ଦେଖାଇ ଡକାୟତି।ଘଟଣା ସ୍ଥଳକୁ ଯାଇ ବିଭିନ୍ନ ଦିଗ ଉପରେ ନଜର ରଖି ବଅଁରପାଳ ଓ ମହିଧରପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ମୁତାବକ ସୂର୍ଯୋଦୟ ଫାଇନାନ୍ସ କର୍ମଚାରୀ କଲଣ୍ଡାପାଳ ଗ୍ରାମରୁ ଟଙ୍କା କଲେକ୍ସନ କରି ଫେରୁଥିବା ସମୟରେ ଲୁଟ ର ଶିକାର ହୋଇଥିଲେ। କଲଣ୍ଡାପାଳ ସ୍କୁଲ ପାଖରେ ପ୍ରାୟ ତିନି ଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲେ।


ଛୁରୀ, ଭୁଜାଲି ଏବଂ ବନ୍ଧୁକର ଭୟ ଦେଖାଇ ଦୁଇ କର୍ମଚାରୀଙ୍କ ଠାରୁ ନଗଦ ୩୫୬୮୪ ଟଙ୍କା, ୩ଟି ମୋବାଇଲ ଫୋନ, ମନି ପର୍ସ, ୩ଟି ଏଟିଏମ କାର୍ଡ, ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ସହ ବାଇକ ଚାବି ଛଡ଼େଇକି ନେଇଯିବା ସହ ପର୍ସରେ ଥିବା ୫୦୦୦ ରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ନେଇ ଯାଇଛନ୍ତି।

ସୂର୍ଯୋଦୟ କର୍ମଚାରୀ ଦୁଇଜଣ ହେଲେ ବିଷ୍ଣୁ ପ୍ରସାଦ ସାହୁ, ସୁବାଷ ଚନ୍ଦ୍ର ସାହୁଙ୍କ କହିବା କଥା ସେମାନଙ୍କ ବେକରେ ଛୁରୀ ଲଗାଇବା ସହ ହାତକୁ କାଟି ଦେଇଥିଲେ। ଦୁଇ କର୍ମଚାରୀଙ୍କୁ ଆଣ୍ଠେଇବା ସହ ବନ୍ଧୁକ ରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ସୂଚନା ଦେଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହି ନେଇ ବଅଁରପାଳ ପୋଲିସ ପକ୍ଷରୁ କୌଣସି ସୂଚନା ଆସିନାହିଁ।



