
ମହୀଧରପୁର ଉଚ୍ଚ ବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
(ଜେ ବି ଏନ /ସୁଶାନ୍ତ କୁମାର ) ୨୧.୧୨.୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ନୋଡ଼ାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରିସରେ ଆଜି ସମ୍ବାଦ ଆମ ଓଡ଼ିଶା ଓ ମହୀଧରପୁର ଯୁବ ଗୋଷ୍ଠୀ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ମହୀଧରପୁର ଗ୍ରାମର ସରପଞ୍ଚ ବିନୋଦ କୁମାର ବେହେରା ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରି ଶିବିର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଫାଣ୍ଡି ଅଧିକାରୀ ସାରଦା ପ୍ରସାଦ ସାମନ୍ତ, ମହୀଧରପୁର ଗ୍ରାମର ପୂର୍ବତନ ସଭାପତି ରାଜକିଶୋର ଜେନା, ବିଦ୍ୟାଳୟରେ ମହେଶ୍ବର ଦେହୁରୀ, ଶିକ୍ଷକ ଭୁବନେଶ୍ୱର ବେହେରା, ଅଞ୍ଜନ କୁମାର ଜେନା,ମାନସ କୁମାର ସାହୁ,କ୍ରୀଡ଼ା ଶିକ୍ଷକ ଦିଲ୍ଲୀପ କୁମାର ନାଥ, ପ୍ରମୁଖ ଉପସ୍ଥିତରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିର ପରିଚାଳନ କରିଥିଲେ ସମ୍ବାଦ ଆମ ଓଡ଼ିଶା

ସଂଯୋଜକ ତଥା ବଅଁରପାଳ ବ୍ଲକ ସମ୍ବାଦ ପ୍ରତିନିଧି ରାଜେଶ କୁମାର ନାୟକ, ସାମ୍ବାଦିକ ତାପସ ଜେନା ସ୍ବେଚ୍ଛାସେବୀ ରମେଶ ବାରିକ, ଦିଲ୍ଲୀପ ପ୍ରଧାନ, ଅଶୋକ ସାହୁ, କ୍ଷୀରୋଦ କୁମାର ସାହୁ, ଅଭୟ ସାହୁ, ଜ୍ୟୋତିରଞ୍ଜନ ବାରିକ, ସିମ୍ପୁଲ ନାୟକ,ରାମକାନ୍ତ ପାଳ, ଅଭିରାମ ପ୍ରଧାନ,ରଞ୍ଜିତ ନାୟକ, କୁମୁଦ ଚନ୍ଦ୍ର ବେହେରା, ଅଜିତ ସାହୁ, ସୁଶାନ୍ତ ନାୟକ, ଘନଶ୍ୟାମ ନାୟକ, ବବୁନ ସାହୁ, ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ସକ୍ରିୟ ସହଯୋଗ କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା ଏଥିରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତ ଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଡାକ୍ତର ପ୍ରଭାଷୀନ ସାହୁ, ନାମ ପଞ୍ଜିକରଣ କରିଥିଲେ କାଉନସିଲର ହରିଶ ଜେନା, ରମେଶ ପାତ୍ର, ରକ୍ତ ସଂଗ୍ରହ କରିଥିଲେ ରୁଦ୍ରମୋହନ ମାଝୀ, ଷ୍ଟାଫ ନର୍ସ ମନଜା ମଞ୍ଜରୀ ମହାପାତ୍ର, ରାକେଶ ପ୍ରଧାନ,କାମାକ୍ଷା ପ୍ରସାଦ ସାହୁ, ପଦ୍ମନାଭ ପ୍ରଧାନ । ରକ୍ତଦାତା ମାନଙ୍କ ନାମ ସିଲନ କୁମାର ଜେନା,ସୌଭାଗ୍ୟ ବେହେରା, ଅବିନାଶ ସାହୁ, କୁମୁଦ ଚନ୍ଦ୍ର ବେହେରା, ଅଭିରାମ ବେହେରା, ଦୁଃଶାସନ ବାରିକ,କାର୍ତ୍ତିକେଶ୍ୱର ପ୍ରଧାନ, ରାଜକିଶୋର ପ୍ରଧାନ,ରାକେଶ ବାରିକ,ରଞ୍ଜିତ ବାରିକ, ଜୟନ୍ତ ସାହୁ, କାହ୍ନା ପ୍ରଧାନ, ସବୋଧ ସେଠୀ, ଅଜିତ ସାହୁ, ଟିକନ ସାହୁ,ଶ୍ରୀହରି ସାହୁ,ସୁଜନ ବେହେରା, ସିମ୍ପୁଲ ନାୟକ,ସୁଶାନ୍ତ ନାୟକ,କ୍ଷୀରୋଦ ନାୟକ,ବିଜନ ସାମଲ,ପ୍ରକାଶ ସାହୁ,ସୁଜିତ ସାହୁ,କ୍ଷୀରୋଦ ସାହୁ, ବିମଳ ସାହୁ,ତପୋଇ ସାହୁ,ଟିକିନା ପୃଷ୍ଟି, ବାପୁନ ବେହେରା, ଅଭିମନ୍ୟୁ ଜେନା,ସରୋଜ କୁମାର ସାହୁ, ପ୍ରଦୀପ ଜେନା,ଅଶୋକ କୁମାର ସାହୁ,ସାରଦା ପ୍ରସାଦ ସାମନ୍ତ,ବବୁନ,ସାହୁ,ପ୍ରକାଶ ବେହେରା, ଅଶୋକ କୁମାର ପ୍ରଧାନ,ରଞ୍ଜିତ ନାୟକ, ସୁବଳ କୁମାର ସାହୁ, ସମୀର ପ୍ରଧାନ,ସୁଜିତ କୁମାର ନାୟକ,ଜୀବ ରଞ୍ଜନ ମଲ୍ଲୀକ,ଚିତ୍ତରଞ୍ଜନ ବେହେରା, ଧନେଶ୍ୱର ସାହୁ,ସମୀର ଦାସ, ଘନଶ୍ୟାମ ନାୟକ ପ୍ରମୁଖ ରକ୍ତଦାନ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


