କୋୟା ଜନଜାତି : ଓଡିଶା

ଜେ ବି ଏନ, ୨୨/୧୨/୨୦୨୦, ଭୁବନେଶ୍ବର : ମନଖୁସି ଥିବା ସମୟରେ ନିଜେ ସଙ୍ଗୀତ ରଚନା କରି ଗାୟନ କରୁଥିବା କୋୟା ଜନଜାତିଙ୍କ ଜୀବନଶୈଳୀ ନିଆରା ଅଟେ ଘର ଦେବତା ‘ ବିଲାଗୁଡି ‘ ଓ ଗ୍ରାମଦେବତା ‘ ଗୁଡିନାଟା’ଙ୍କୁ ପୂଜା କରୁଥିବା ଏହି ଜନଜାତି ମୁଖ୍ୟତଃ ମାଲକାନଗିରି ଜିଲ୍ଲାରେ ବାସ କରନ୍ତି । ପ୍ରଚୁର ଶସ୍ତ୍ର ଉତ୍ପାଦନ ପାଇଁ ସେମାନେ ଗୁଡିନାଟାଙ୍କୁ ନୃତ୍ୟ ମାଧ୍ୟମରେ ଅନୁରୋଧ କରନ୍ତି ।



