ଦିର୍ଘ ୫ବର୍ଷର ପ୍ରେମ ପରେ ଅପେକ୍ଷା ର ଅନ୍ତ ଘଟେଇ ବିବାହ କରିଲେ କିନ୍ନର ଚିନ୍ମୟି ସାମଲ ଓ ବବଲୁ ପ୍ରଧାନ

ଜେ ବି ଏନ୍,୨୩/୧୨/୨୦୨୦(ରିପୋର୍ଟ ଚୈତନ୍ୟ ସାହୁ) ଅନୁଗୋଳ ଜିଲ୍ଲା ରେ ଗତ କାଲି ଦେଖିବାକୁ ମିଳିଥିଲା ଏଭଳି ଏକ ଭିନ୍ନ ଦୃଶ୍ୟ, ଯାହାକି କିନ୍ନର ଚିନ୍ମୟି ସାମଲ ଙ୍କ ଜୀବନ ରେ ଆଜି ର ଦିନ ଟି ହୋଇଥିଲା ଏକ ମହତ୍ୱପୂର୍ଣ୍ଣ ଦିନ। ଦୀର୍ଘଦିନ ର ପ୍ରେମ କୁ ଯୋଡିଛନ୍ତି ଏକ ନୂତନ ଅଧ୍ୟାୟ,ଦୁହେଁ କରିଛନ୍ତି ସମଲିଙ୍ଗୀ ବିବାହ ସାଧାରଣତଃ ତୃତୀୟଲିଙ୍ଗି ର ପରିଚୟ ରେ ସମାଜ ରେ ବଞ୍ଚୁଥିବା କିନ୍ନର ମାନଙ୍କୁ ଲୋକମାନେ ଅଲଗା ଦୃଷ୍ଟିରେ ଦେଖିଥାନ୍ତି , କିନ୍ତୁ ଏଠାରେ କ୍ଲିବଲିଙ୍ଗୀ ଭାବେ ହୀନ ଚକ୍ଷୁରେ ଦେଖୁଥିବା ସମାଜ ରୁ ସାନତ୍ରିବିଡା ଗ୍ରାମ ରୁ ବିରଳ ବ୍ୟକ୍ତିତ୍ୱ ର ଅଧିକାରୀ ଭାବେ ବବଲୁ ପ୍ରଧାନ (୩୪) ଲୋକଙ୍କ ସମାଲୋଚନା କୁ ଖାତିର ନ କରି ପ୍ରଥମେ କୋଟ୍ ମ୍ୟାରେଜ୍ ଓ ପରେ ଅନଗୁଳ ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀ ଙ୍କୁ ସାଖିରଖି ଚିନ୍ମୟୀ ସାମଲ୍ ଙ୍କ ମଥାରେ ସିନ୍ଦୂର, ହାତରେ ସଂଙ୍ଖା ଏବଂ ଗଳାରେ ବରଣ ମାଳା ପିନ୍ଧାଇ ପୂଜକଙ୍କ ମନ୍ତ୍ରପାଠ ଓ ହୁଳହୁଳି ରେ ମାବୁଢୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବଅଁରପାଳ ବ୍ଲକ ବୁଢ଼ାପଙ୍କ ନିବାସୀ କିନ୍ନର ଚିଂନ୍ମୟୀ ସାମଲ ଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ଯାହାକି ଅନଗୁଳ ଇତିହାସ ରେ ପ୍ରଥମ ଘଟଣା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ କିନ୍ନର ସଂଘର ସଭାପତି ଓ ସାଧାରଣ ସମ୍ପାଦିକା ଙ୍କ ସହ ଅନ୍ୟ ସଦସ୍ୟମାନେ ମାନେ ଉପସ୍ଥିତ ରହି ହୁଳହୁଳି ସହ ନବ ଦମ୍ପତି ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଘଟଣା ରୁ ପ୍ରକାଶ ଯେ ୫ ବର୍ଷ ପୂର୍ବେ ଅନଗୁଳ ଠାରେ ଏକ ଷ୍ଟେଜ ପ୍ରୋଗ୍ରାମ ରେ ଭେଟ ହୋଇଥିଲା ଦୁହିଁଙ୍କର ଓ ପ୍ରଥମ ଭେଟ ରେ ହି ସେମାଙ୍କ ର ପ୍ରେମ ସମ୍ପର୍କ ଗଢିଉଠିଥିଲା ଓ ଦୁହିଙ୍କ କହିବା ଅନୁଯାୟୀ ଦୁହିଙ୍କ ସମ୍ପର୍କରେ ଏତେନିବିଡ ହୋଇଥିଲାଯେ ଦୁହେଁ ଦୁହିଁଙ୍କୁ ଗୋଟିଏ ମୁହୂର୍ତ୍ତ ଅଲଗା ଛାଡି ନପାରିବାରୁ ପାଞ୍ଚ ବର୍ଷ ର ସମ୍ପର୍କ ଆଜି ବିବାହ ରେ ପରିଣତ ହେଇଛି । ଜୀବନ ର ଶେଷ ପର୍ଯ୍ୟନ୍ତ ଏକାଠି ରହିବାର ନିଷ୍ପତ୍ତି ନେଇ ଦୁହେଁ ବିବାହ କରିଥିଲେ ବୋଲି କହିଥିଲେ ।




