କଳିଙ୍ଗନଗର-ଯାଜପୁର ରୋଡ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଦାନଗଦୀ ବଜାରରେ ଚାଲିଛି ଜବରଦଖଲ ଉଚ୍ଛେଦ

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : କଳିଙ୍ଗନଗର -ଯାଜପୁର ରୋଡ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଦାନଗଦୀ ବଜାରରେ ଚାଲିଛି ଜବରଦଖଲ ଉଚ୍ଛେଦ କାର୍ଯ୍ୟ। ସ୍ଥାନୀୟ ଦାନଗଦୀ ତହସିଲ ଦାର ନମ୍ରତା ମୋଦିଙ୍କ ଦ୍ଵାରା ଜେସିବି ଓ ପ୍ରୋକ୍ଲେନ୍ ମେସିନ ସାହାଯ୍ୟରେ ରାସ୍ତା ଦୁଇକଡରେ ଥିବା ଦୋକାନ ଘର ଓ କୋଠା ଘର ବିଜେଡି କାର୍ଯ୍ୟାଳୟର ଘର ଓ ପାଚେରୀ ଆଦି ଭଙ୍ଗାଯାଇଛି। ଏଥିପାଇଁ ଗତ 15ଦିନ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା। ଦୁଇ ଦିନ ପୂର୍ବରୁ ତହସିଲ ନମ୍ରତା ମୋଦି ପ୍ରଶାସନ ଦ୍ଵାରା ମାଇକ୍ ପ୍ରଚାର ମଧ୍ୟ କରାଇଥିଲେ। ତେବେ ଆଜି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଘଟଣା ସ୍ଥଳରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଏହି ଉଚ୍ଛେଦ କାର୍ଯ୍ୟରେ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ମାନେ ସହୋଜଗ କରିଥିଲେ। ପ୍ରଶାସନିକ କର୍ମଚାରୀମାନେ ସାମିଲ୍ ହୋଇଥିଲେ ଶାନ୍ତିପୂର୍ଣ୍ଣ ଭାବେ ଭାଙ୍ଗି ଥିଲେ।ଏହି ଦୋକାନ ମାନଙ୍କ ପାଇଁ ସତ୍ୱନ୍ତ୍ର ଦୋକାନ ଖୋଲିବା ପାଇଁ pw ତରଫରୁ ବନ୍ଦ ବସ୍ଥ ବେବସ୍ଥା ଅଛି ବୋଲି ଦାନଗଦି ତହସିଲି ଦାର ନମ୍ରତା ମୋଦି କହିଥିଲେ।




