
ମା ବାଉତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି : ନୂଆହତା
(ଜେ ବି ଏନ /ସୁଶାନ୍ତ କୁମାର) ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ରେ ଆଜି ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।
ଏଥିରେ ମୁଖ୍ୟଅତିଥି ଭାବେ ବିଜୁଜନତା ଦଳ ର ଯୁବ ନେତା ଶ୍ରୀ ଅରୁନାଭ ସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନାଲକୋ ପେରୀଫେରି ଟ୍ରକ୍ ମାଲିକ ଆସୋସିଏସନ ସଂଘ ସଭାପତି ଶ୍ରୀ ସୁବାଷ୍ ଚନ୍ଦ୍ର ପଟନାୟକ,ନୂଆହତା ସରପଞ୍ଚ ଶ୍ରୀ ସଚିଦାନଁଦ ବେହେରା, ପୂର୍ବତନ ଖେଳାଳି ତଥା ନୂଆହତା ସମିତି ସଭ୍ୟ ଶିବ ରାମ ମାଝୀ ଯୋଗଦାନ କରିଥିଲେ।
ଏହି ଟୁର୍ନାମେଣ୍ଟ ରେ ପ୍ରଥମ ମ୍ୟାଚ ତୁଳସୀପାଳ ଓ ଗୋତମରା ମଧ୍ୟରେ ହୋଇଥିଲା। ତୁଳସୀପାଳ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ୱିକେଟ ହରାଇ ୧୦୫ ସଂଗ୍ରହ କରିଥିଲା ଗୋତମରା ଟିମ୍ ୪ ୱିକେଟ ୯୮ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ୨ୟ ମ୍ୟାଚ ଗଡ଼ ବୁଢ଼ାପଙ୍କ ଓ ଜୁରାଗାଡ଼ିଆ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବୁଢ଼ାପଙ୍କ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୧୧୦ ରନ୍ ସଂଗ୍ରହ କରିଥିବା ବେଳେ ଏହି ରନ ପିଛା କରି ତୁଳସୀପାଳ ଟିମ ୪୦ ରନ୍ ରେ ସମସ୍ତ ୱିକେଟ୍ ହରାଇ ଥିଲା।

ଖେଳ ପରିଚାଳନା ଦାୟିତ୍ଵ ଭଜମନ ବାରିକ ଓ ସିଟୁଲ ସାମଲ ଥିଲେ। ଟୁର୍ନାମେଣ୍ଟ ପରିଚାଳନା ରେ ସନ୍ତୋଷ ମାଝୀ, ଜୀବନ୍ ଦୀପ ସାମଲ, ଲିସୁ ମାଝୀ, ସମରଦୀପ ସାମଲ, ରାକେଶ ବାରିକ, ରଜତ ସାମଲ ସୁବ୍ରତ ମାଝୀ, ସାନୁ ମାଝୀ, ସିଟୁଲ ସାମଲ, ବୁନୁ ସିଂହ ଚୀନୁ ମାଝୀ, କୁଲୁ ସାମଲ, ରାଜା ଧୀର . ଦୀପୁ ଧୀର, ରଜତ ସାମଲ, ଲିପୁନ ବାରିକ, ସୁବ୍ରତ ମାଝୀ, ଲିକୁ ମାଝ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



