କଳାହୀରା ସହରରେ ପୂଜା ପାଇଲେ ପ୍ରଭୂ ବିଶ୍ୱନିର୍ମାତା
ତାଳଚେର, ୧୭/୦୯ ଭାଦ୍ରବ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥି ୧୭ତାରିଖରେ ପ୍ରଭୂ ବିଶ୍ୱନିର୍ମାତା ବାବା ବିଶ୍ୱକର୍ମା କଳାହୀରା ସହରରେ ବଡ଼ଧୁମଧାମ ସହକାରେ ପାଳିତ ହୋଇଯାଇଛି । ତାଳଚେରର ଗ୍ୟାରେଜ, ବଡ଼ବଡ଼ ୱାର୍କସପ୍, କମ୍ପାନୀ ଓ ଶିଳ୍ପାନୁଷ୍ଠାନ, ଟ୍ରକ ମାଲିକସଂଘ ଗୁଡ଼ିକରେ କର୍ମଚାରୀ, ଶ୍ରମିକମାନେ ପୁରୋହିତଙ୍କ ଦ୍ୱାରା ତାଳଚେର ଚିରୋସ୍ରୋତା ବ୍ରାହ୍ମଣୀ ନଦୀପଠା ଠାରେ ପୂଜାର୍ଚ୍ଚନା ଓ ସୂର୍ଯ୍ୟପୂଜା, ଦୋଦେବୀଙ୍କୁ ଆମନ୍ତ୍ରଣ ପାଠ କରାଯିବା ସହ ମନ୍ତ୍ରୀତ ଜଳ କଳସରେ ଆଣି ଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡସାହି ମଧ୍ୟରେ କଳସ ଶୋଭାଯାତ୍ରା କରି ନିଜ ନିଜ ପୂଜାମଣ୍ଡପରେ ପଂହଚି ବାବା ବିଶ୍ୱକର୍ମାଙ୍କ ସମ୍ମୁଖରେ କଳସ ସ୍ଥାପନ କରିଥିଲେ । ପରେପରେ ପୂଜାପାଠ ହୋମଯଜ୍ଞର ପ୍ରାରମ୍ଭ କରାଯାଇ ପ୍ରାୟ ମଧ୍ୟାନ୍ନ ସମୟରେ ପୂଜାପାଠ ସମ୍ପୂର୍ଣ୍ଣ ହୋଇଥିଲା । ଗୃହନିର୍ମାଣ ମିସ୍ତ୍ରୀ, ଗ୍ୟାରେଜ ମିସ୍ତ୍ରୀ, ଅନୁଷ୍ଠାନର କାରିଗରମାନେ ନୂତନ ପୋଷାକ ପରିଧାନ କରି ନିଜ ନିଜର ହାତ ହତିଆର ପ୍ରଭୂଙ୍କ ସମ୍ମୁଖରେ ରଖି ପୂଜାପାଠ କରିବା ସହ ବାବା ବିଶ୍ୱକର୍ମାଙ୍କୁ ସ୍ମରଣ ଓ ନତମସ୍ତକ ହୋଇ ପ୍ରାର୍ଥନା କରିଥିଲେ । ପୂଜା ସମାପନ ହେବା ପରେ ସେଉବୁନ୍ଦି, ମିଷ୍ଠାନ୍ନ ଇତ୍ୟାଦି ବଡ଼ ଆନନ୍ଦ ଉଲ୍ଲାସରେ ବଂଟନ କରିବା ସହ ଅନ୍ନପ୍ରସାଦର ବ୍ୟବସ୍ଥା ମଧ୍ୟ ହୋଇଥିଲେ । ପ୍ରଭୂଙ୍କର ଏହି ପୂଜା ଉତ୍ସବଟି ବେଶ ଉତ୍ସବ ମୁଖର ହୋଇପଡ଼ିଛି ତାଳଚେର କଳାହୀରା ସହରରେ ।

September 17, 2026/
No Comments


