
ସ୍ତ୍ରୀ ର ନିଖୋଜ ନେଇ ଥାନା ଦ୍ୱାରସ୍ଥ ହେଲେ ସ୍ୱାମୀ
(ଜେ ବି ଏନ /ସୁଶାନ୍ତ କୁମାର) ୨୪/୧୨/୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ କଲଣ୍ଡାପାଳ ଗ୍ରାମ
ସ୍ତ୍ରୀ ର ନିଖୋଜ ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ୱାମୀ । ବଅଁରପାଳ ଥାନା କଲଣ୍ଡାପାଳ ଗ୍ରାମର ପ୍ରସାନ୍ତ କୁମାର ସାମଲ (୩୦) , ପିତା : ପର୍ଶୁରାମ ସାମଲ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ସ୍ତ୍ରୀ ଜାଲିନ ସାମଲ ୨୬ ବର୍ଷ (ଛଦ୍ମ ନାମ) ଗତକାଲି ରାତି ପ୍ରାୟ ୧ଘଟିକା ସମୟରୁ ନିଖୋଜ ଅଛନ୍ତି। ପ୍ରସାନ୍ତ ଅଭିଯୋଗ କରିଛନ୍ତି ସେହି ସମୟରେ ଭୂଷଣ ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ ଥିଲେ। ତାଙ୍କ ଘରୁ ଫୋନ ମାଧ୍ୟମରେ ସୂଚନା ପାଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ରାତ୍ରିରେ ସପରିବାର ସହ ସବୁଆଡେ଼ ପରାମର୍ଶ କରିବା ସହ ବହୁ ଖୋଜାଖୋଜି କରି ପାଇନଥିଲେ। ରୋଜାଲିନ ଯିବା ବେଳେ ତାର ସମସ୍ତ ସୁନା ଗହଣା ଓ ନଗଦ ୩୦,୦୦୦ ଟଙ୍କା ନେଇଛନ୍ତି ବୋଲି ପ୍ରସାନ୍ତ ଅଭିଯୋଗ କରିଛନ୍ତି। ଏନେଇ ବଅଁରପାଳ ଥାନାରେ MMR NO : ୨୬ ତା24/12/2020 ରେ ଏକ ମାମଲା ରୁଜୁ ହୋଇଛି। ବଅଁରପାଳ ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଚଳାଇଛି।



