ବାବା ଆଖଣ୍ଡଳମଣୀ ଅଟୋ ୱେଲ ଫେୟାର ଆସ୍ଵସେଶନ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ
ଢେଙ୍କାନାଳ ବସ୍ ଷ୍ଟାଣ୍ଡ ସ୍ଥିତ ବାବା ଆଖଣ୍ଡଳମଣୀ ଅଟୋ ୱେଲ ଫେୟାର ଆସ୍ଵସେଶନ ପକ୍ଷରୁ ବିଶ୍ୱକର୍ମା ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି।
ପୂଜା ଅବସରରେ କଳସ ଯାତ୍ରା କରାଯାଇଥିଲା । କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ କରାଯିବା ସହ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା।
ମଧ୍ୟାହ୍ନ ସମୟରେ ଉପସ୍ଥିତ ଭକ୍ତ, ଅତିଥି ଓ ସଂଘର ସଦସ୍ୟମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
ଏହି ପୂଜା ଉତ୍ସବରେ ସଂଘ ସଭାପତି ରମେଶ ମହାନ୍ତି ସମ୍ପାଦକ ଗୋଉତ୍ତମ୍ ଉଦୟ ସିଂହ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
ସମସ୍ତଙ୍କ ଉପସ୍ଥିତିରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶ୍ୱକର୍ମା ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।


