ବୌଦ୍ଧରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ସଂଗଠନ ସୁଦୃଢ଼ୀକରଣ ଓ ଜିଲ୍ଲାର ବିକାଶ ନେଇ ହେଲା ବିସ୍ତୃତ ଆଲୋଚନା

ବୌଦ୍ଧ: ବୌଦ୍ଧଠାରେ ଭାରତୀୟ ଜନତା ପାର୍ଟିର ବୌଦ୍ଧ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ସହ ଜନସେବା ଓ ଜିଲ୍ଲାର ବିକାଶ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ବିଜେପି ଉପସଭାପତି ଯତୀନ୍ ମହାନ୍ତି, ଗୋପାଳପୁର ବିଧାୟକ ବିଭୁତି ଭୁଷଣ ଜେନା,ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କହ୍ନାଇ ଚରଣ ଡଙ୍ଗ ମାନ୍ୟବର ବିଧାୟକ, ଜିଲ୍ଲା ସଭାପତିଙ୍କ ସମେତ ବିଭିନ୍ନ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ଆଗାମୀ ଦିନରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ କରିବା ଏବଂ ଲୋକଙ୍କ ସହ ଅଧିକ ନିକଟତର ହୋଇ ଜନସେବା କାର୍ଯ୍ୟକୁ ଆଗେଇ ନେବା ନେଇ ଆଲୋଚନା ହୋଇଥିଲା।
ଏଥିସହ ବୌଦ୍ଧ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଷୟ ଉପରେ ମଧ୍ୟ ମତବିନିମୟ କରାଯାଇଥିଲା। ବୈଠକରେ ଉପସ୍ଥିତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସକ୍ରିୟ କରିବା ସହ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବା ଉପରେ ଆଲୋଚନା କରିଥିଲେ।




