Spread the love

*ବରଗଡ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ*
ବରଗଡ:30/9(ପବିତ୍ର ମେହେର): ବରଗଡ ଜିଲ୍ଲା ଟୁକୁର୍ଲ୍ଲା ସ୍ଥିତ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଏଡିଇଓ ଅମୃତା ସାହୁ ଓ ସମ୍ମାନିତ ଅତିଥି ଭାବରେ ବରଗଡ ବିଇଓ ଯତୀନ୍ଦ୍ର ସେଠ୍ ଯୋଗ ଦେଇ ଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ସରୋଜ ଭୁଏ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରୀନା ପଧାନ ସଭା ସଂଯୋଜନା କରିଥିବାବେଳେ ଚାରପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଭାର୍ଗବ ନାଏକ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ନାଟ୍ୟକାର ତୁଲାରାମ ମହାନନ୍ଦ,ନାଟ୍ୟକାର ନକୁଳ ବାଦୀ,ଅଭିନେତ୍ରୀ ସୁଶୀଳା ନାୟାର, ନୃତ୍ୟଗୁରୁ ଶଙ୍କର ପଟ୍ଟନାୟକ ଓ ଅନନ୍ତ ମେହେର ଯୋଗ ଦେଇ ବିଚାରକ ଦାୟିତ୍ୱ ତୁଲାଇଥିଲେ।”ବିଜ୍ଞାନ ଓ ସମାଜ” ଥିମ୍ ଉପରେ ଆଧାରିତ ବିଜ୍ଞାନ ନାଟିକାରେ ପି ଏମ୍ ଶ୍ରୀ ଜର୍ଜ ହାଇସ୍କୁଲ ବରଗଡ, ପି ଏମ୍ ଶ୍ରୀ ସରକାରୀ ହାଇସ୍କୁଲ କନବାର ଏବଂ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ, ଭୁକ୍ତାର ପ୍ରତିଯୋଗୀ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଠିକ୍ ସେହିପରି ଲୋକନୃତ୍ୟ ପ୍ରତିଯୋଗିତାରେ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଗୋଡଭଗା, ସରକାରୀ ହାଇସ୍କୁଲ ପାଣିମୋରା ଏବଂ ଜଗନ୍ନାଥ ସରକାରୀ ହାଇସ୍କୁଲ ଲଖମରାର ପ୍ରତିଯୋଗୀ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ପୁରସ୍କାର ବିତରଣୀ ଉତ୍ସବରେ ଶିକ୍ଷକ ସଦାନନ୍ଦ ଜାଲ,ଶିକ୍ଷୟିତ୍ରୀ ରାଜଶ୍ରୀ ପୁରୋହିତ ଓ ବିଜ୍ଞାନ କେନ୍ଦ୍ରର ହେମ ସାଗର ସା,ଲୋପାମୁଦ୍ରା ସାହୁ ଏବଂ ରିନୁ ସ୍ୱାଇଁଙ୍କ ସମେତ କେନ୍ଦ୍ରର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *