ନୂଆଁଖାଇ ଭେଟ ଘାଟ ଉତ୍ସବ,
ବହୁମୁଖୀ ପ୍ରତିଭା ସୁବାସ ନାୟକଙ୍କୁ ସମ୍ବର୍ଦ୍ଧନା,
ନୂଆ ଖାଇ ହେଉଛି ସଂହତି,କୃଷି ଓ ସଂସ୍କୃତିର ପର୍ବ

କୁଚିଣ୍ଡା:୨୧/୯: ନୂଆଁ ଖାଇ ଓ ତାର ପରବର୍ତ୍ତୀ ନୂଆଁ ଖାଇ ଭେଟ ଘାଟ ଉତ୍ସବ ଏବେ କେବଳ ପଶ୍ଚିମ ଓଡ଼ିଶା ନୁହେଁ ସଂଗ୍ର ରାଜ୍ୟ,ଦେଶ ଓ ଦେଶ ବାହାରେ ମଧ୍ୟ ଲୋକ ପ୍ରିୟତା ଲାଗିରହିଛି ।ତାର ପୂର୍ବ ଗୌରବକୁ ଅବ୍ୟାହତ ରଖି ଏହା ତଥାପି ସଂହତି,ସଂପ୍ରୀତି,ଭାଇ ଚର ତଥା କୃଷି ପରମ୍ପରା କୁ ଅବ୍ୟାହତ ରଖିଛି ବୋଲି ନୂଆଁ ଖାଇ ଭେଟ ଘାଟ ଉତ୍ସବର ଅତିଥି ଗଣ କହି ଛନ୍ତି ।ଝାରସୁଗୁଡ଼ା ର ମଧୁମୟ ପରିବାର ଓ କୁଚିଣ୍ଡାର ଆଶା ନୁଡ଼ିଂ କଲେଜର ମିଳିତ ଉଦ୍ୟମରେ କଲେଜ୍ ସଭାଗୃହରେ ଆୟୋଜିତ ଉତ୍ସବରେ ସ୍ଵାଗତ ସମିତି ର ଅଧ୍ୟକ୍ଷ ତଥା ପୂର୍ବ ବ୍ଲକ ଅଧ୍ୟକ୍ଷ ଏଥିରେ ସଭାପତିତ୍ବ କରିଥିଲେ ।ଉତ୍ସବର ବିଶିଷ୍ଟ ସାହିତ୍ୟିକ,ପରିବେଶବିତ୍ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, କୁଣ୍ଟର। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସତ୍ୟ ପ୍ରକାଶ ଦୋରା ବିଶିଷ୍ଟ ଅତିଥି, ବଉଦ୍ ଜିଲ୍ଲାରୁ ସଦ୍ୟ ଅବସର ନେଇଥିବା ଡି ଏସ ଦବ୍ଲୁ ଓ କବୀ କାନମ ମଞ୍ଜରୀ ନାୟକ ବରେଣ୍ୟ ଅତିଥି ,ମଧୁମୟ ସାହିତ୍ୟ ପରିବାର ର ସମ୍ପାଦକ ପ୍ରେମ ସାଗର ଦେହେରିଆ ମୁଖ୍ୟବକ୍ତା ଓ ଫ।ସିମ।ଲ କଲେଜର ଅଧ୍ୟକ୍ଷ। ଜ୍ୟୋତ୍ସ୍ନାରାଣୀ ଦଳବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପାଟଣା ରାଜା ରମେଇ ଦେବ ଙ୍କ ସମୟରୁ ଚାଲି ଆସୁଥିବା ଏହି ପରମ୍ପରା ସହ ଏବେ ଏ ଦିଗରେ ସାହିତ୍ୟିକ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ମଧୁମୟସାହିତ୍ୟ ପରିବାର ପକ୍ଷରୁ ଅନ୍ୟ ଅତିଥି ମାନଙ୍କ ହାତରେ ବହୁମୁଖୀ ସମ୍ମାନ ପ୍ରଦାନ କରିଥିବା ବେଳେ ମାନପତ୍ର ଟିକୁ କଲେଜର ଅଧ୍ୟକ୍ଷ। ସୁମନ ସମ୍ପ୍ରିତ।ପଟେଲ ମାନପତ୍ରଟିକୁ ପ।ଠ କରିଥିଲେ । ଏହି ଅବସରରେ ସାହିତ୍ୟିକ ସୁସ୍ମିତା ପଟେଲଙ୍କ ରଚିତ କବିତା ସଂକଳନ” ଧ।ରେ ଲୁହର କବିତା” ଓ ଶିଶୁ ସାହିତ୍ୟ ପୁସ୍ତକ “ଆଖି ନାହିଁ କ।ନ ନାହିଁ” ଦ୍ୱୟକୁ ଅତିଥି ଗଣ ଲୋକାର୍ପଣ କରିଥିଲେ । ଏହାପରେ କବିୟତ୍ରୀ ପଟେଲଙ୍କ ସଂଯୋଜନାରେ ଝାରସୁଗୁଡ଼ା,ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରୁ ଆସିଥିବା ବିଟୁ ନାଏକ,ପ୍ରତାପ କୁମାର ରୋହିଦାସ , ରଜନୀ ପଟେଲ,ଜାନକୀ ମହନ୍ତ,ଉଦୟ ନାଥ ମିଶ୍ର,ଅଜୟ ସିଂ, ଯୋଗେଶ୍ୱରି ନାଏକ, ଚୁମକି ଉର୍ମ।, ସଂପ୍ରୀତି ପଟେଲ ,ଜ୍ୟୋତ୍ସ୍ନା ଦଳ ବେହେରା, ଶମ୍ଭୁନାଥ ସାହୁ, କନକ ନାଏକ ଆଦି ୩୦ ଜଣ କବି ସ୍ୱରଚିତ ନୂଆଁ ଖାଇ ଆଧାରିତ କବିତା ମ।ନ ପାଠ କରି ପରିବେଶକୁ ରସାଣିତ କରି ଦେଇଥିଲେ । ପ୍ରାରମ୍ଭରେ ସ୍ଵାଗତ ସମିତିର ସମ୍ପାଦକ ବସନ୍ତ କୁମାର ଚୌଧୁରୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ କଲେଜର ପ୍ରଶାସକ ବାପି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉତ୍ସବରେ ତିନୋଟି ଜିଲ୍ଲାର ଶତାଧିକ ସାରସ୍ୱତ ପ୍ରେମୀ ଯୋଗଦେଇଥିଲେ ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



