୨୭ତାରିଖରେ ହୋଇଥିବା ଚୋରୀର ପର୍ଦ୍ଦାଫାଶ
ମାରଣାସ୍ତ୍ର, ଲଙ୍କାଗୁଣ୍ଡ, ମୋବାଇଲ ଓ ନଗଦ ଟଙ୍କା ଜବତ

ତାଳଚେର, ୦୧/୧୦ ତାଳଚେର ଥାନା ଅଂଚଳର ରେମୁଁଆ ବାଇପାସ୍ ନିକଟରେ ଗତ୨୭/୦୯/୨୦୨୬ ତାରିଖ ସନ୍ଧ୍ୟା ସମୟରେ ଘଟିଥିବା ରାହାଯାନୀ ଘଟଣାର ତଦନ୍ତ କରି ତାଳଚେର ଥାନା ପୋଲିସ୍ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଅଭିଯୋଗକାରୀ ସୁଶାନ୍ତ ଦେହୁରୀଙ୍କ ଅଭିଯୋଗ ଅନୁଯାୟୀ ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟସାରି ୨୭ତାରିଖ ସନ୍ଧ୍ୟା ୮ଘଟିକା ୩୦ମିନିଟରେ ମଟରସାଇକେଲରେ ଘରକୁ ଫେରୁଥିବା ବେଳେ ୪ଜଣ ଯୁବକ ବାଘୁଅବୋଲ ଅଂଚଳର ଅର୍ଜୁନ ମହାକୁଡ଼ (୨୦), ସୁବଳ ଦଳେଇ (୨୦), ଆସିଷ ନାଏକ (୨୦), ଗୁଲସନ ନାଏକ (୨୧) ତାଙ୍କୁ ଅଟକାଇ ମାରଣାସ୍ତ୍ର୍ରରେ ଆକ୍ରମଣ କରି ନଗଦ ୨ହଜାର ଟଙ୍କା ଓ ବିଭିନ୍ନ କାଗଜପତ୍ର ଲୁଟକରି ପଳାଇ ଯାଇଥିଲେ । ପୋଲିସ୍ ତଦନ୍ତ ବେଳେ ସେମାନଙ୍କ ଠାରୁ ଭୂଜାଲି, ଗୋଟିଏ ଚାପୁଡ଼ା, ଗୋଟିଏ ସ୍କୁଟି ଓଡ଼ି ୧୯ୱାଇ ୪୪୪୯, ୨ଟି ମୋବାଇଲ ଓ ୨ହଜାର ଟଙ୍କା ଜବତକରି ୪ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଘଟଣା ସମ୍ପର୍କରେ ତାଳଚେର ଥାନା ତଦନ୍ତ ଆରମ୍ଭକରି ସାକ୍ଷୀମାନଙ୍କ ବୟାନ, ସିସିଟିଭି ଫୁଟେଜ୍ ଓ ଗୁପ୍ତ ସୂଚନା ଆଧାରରେ ଅପରାଧିଙ୍କୁ ଧରିବାରେ ସଫଳ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଭରତଚନ୍ଦ୍ର ସାହୁ ଏହା ପ୍ରକାଶ କରିଛନ୍ତି । ସେହିଭଳି ଜଣେ ମହିଳାଙ୍କ ନିକଟରୁ ତାଙ୍କର ଭେନିଟି ବ୍ୟାଗ୍, ଟଙ୍କା, ମୋବାଇଲ ଇତ୍ୟାଦି ଏହି ଅପରାଧିମାନେ ଲୁଟପାଟ କରିଥିଲେ ।
