Spread the love

ଭଟଲିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ଦୁଇ ବରିଷ୍ଠଙ୍କୁ ଶତାୟୁ ସମ୍ମାନ ପ୍ରଦାନ

ଭଟଲି :- ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତିକରଣ ବିଭାଗ ଏବଂ ଭଟଲି ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଭଟଲି ବରିଷ୍ଠ ନାଗରିକ ସଂଘର ସଭାପତି ଜଗଦିଶ ସାହଙ୍କ ସଭାପତିତ୍ରରେ ଅନଷ୍ଠିତ ସଭାରେ ମୁଖ୍ୟ ଅତିଥ୍‌ ଭାବେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ପ୍ରମୋଦ ଚନ୍ଦ୍ର ମେହେର ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ବିଭିନ୍ନ ଯୋଜନା ଓ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ। ଏବିଡିଓ ଜ୍ୟୋସ୍ମାରାଣୀ ଗଡ଼ତିଆ, ଅବସରପ୍ରାପ୍ତ ବିଇଓ ବାଙ୍କାବିହାରୀ ମିଶ୍ର, ଭଟଲି ବରିଷ୍ଠ ନାଗରିକ ସଂଘର ସମ୍ପାଦକ ମୋତିଲାଲ ବନଛୋର, ଅବସରପ୍ରାପ୍ତ ନୂଆଗଡ଼ ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶିଲ ସାହୁ, ରିସୋର୍ସପର୍ସନ ଜଗଦିଶ ସାହୁ ଓ ସନ୍ତୋଷ ବନଛୋର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ଫୁଲ, ଚନ୍ଦନ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଦୀର୍ଘ ଜୀବନ ଓ ସମାଜ ପ୍ରତି ଅବଦାନ ପାଇଁ ଭଟଲିର ମହରଗୁ ପଧାନ ଓ ଗୋପୀନାଥ ନାୟକଙ୍କୁ ସ୍ବତନ୍ତ୍ର ଭାବେ ଶତାୟୁ ସମ୍ମାନ ପ୍ରଦାନ କରାଯାଇଥିଲା। ନରେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ଆଶିଷ ନାଏକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆବଶ୍ୟକ‌ତା ସମ୍ପର୍କରେ ଜଣାଇଥିଲେ। ଭୀଖ ଦୀପ ଓ ସାଥୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *