କରୋନା କଟକଣା ମାନି ଚର୍ଚ୍ଚ ରେ ବଡ଼ଦିନ ପାଳନ

ଜେ ବି ଏନ , ୨୫ / ୧୨/୨୦୨୦, (ରିପୋର୍ଟ ସୁବ୍ରତ ସାମଲ) ଢେଙ୍କାନାଳ : ଖ୍ରୀଷ୍ଟଧର୍ମାବଲମ୍ବୀମାନେ ସ୍ଥାନୀୟ ଚର୍ଚ୍ଚରେ ବଡଦିନ ତଥା ଖ୍ରୀଷ୍ଟମାସ କୋଭିଡ ନିୟମ ଅନୁଯାୟୀ ନିରାଡମ୍ବର ଭାବେ ପାଳନ କରିଛନ୍ତି । ସହର ସ୍ଥିତ ଚନ୍ଦନ ବଜାର ଏବଂ ସହର ଉପକଣ୍ଠ

ସ୍ଥିତ ବଳଦିଆବନ୍ଧଠାରେ ଥିବା ଗୀର୍ଜାକୁ ଢେଙ୍କାନାଳର ଖ୍ରୀଷ୍ଟିୟାନ୍ମାନେ ଆଲୋକମାଳାରେ ସଜାଇ ଆଜି କୋଭିଡ ନିୟମ ଅନୁଯାୟୀ ବଡଦିନ ପାଳନ କରିଛନ୍ତି । କେବଳ ଚର୍ଚ୍ଚ ନୁହେଁ ନିଜର ଘରକୁ ମଧ୍ୟ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକରେ ସଜାଇଥିଲେ ସେମାନେ ଗତ ରାତିରୁ । ଉଜାଗର ରହିବା ସହ ରାତ୍ର ୧୨ଟାରେ

ଯୀଶୁଙ୍କ ଆଗମନ ସମୟରେ ପ୍ରାର୍ଥନା କରି କେକ୍ କାଟିଥିଲେ । ଆଜି ସକାଳୁ ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ନୂଆ ପୋଷାକ ପିନ୍ଧି ପରସ୍ପରକୁ ଫୋନ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ । ଚର୍ଚ୍ଚରେ କିନ୍ତୁ ପୂର୍ବବର୍ଷ ଭଳି ଭିଡ଼ ନଥିଲା କିମ୍ବା ସାମଗମ ବଢିନଥିଲା ।
କରୋନା କଟକଣା ମଧ୍ୟରେ କେବଳ କେତେଜଣ ଚର୍ଚ୍ଚକୁ ଯାଇ ଏହି ପର୍ବ ପାଳନ କରିଥିଲେ । ସହରର ଜୟଗୋପାଳସାହିସ୍ଥିତ ବାପିଷ୍ଟ ଚର୍ଚ୍ଚର ପାଷ୍ଟର ସରୋଜ କୁମାର ସିଂହ , ସାମୁଏଲ୍ ବେହେରା , ପ୍ରଦୀପ ଦାସ , ରବୀନ୍ଦ୍ର ଚନ୍ଦ୍ର ନାୟକ , ଅଭୟାନନ୍ଦ ବିହାରୀ , ଅମର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ସେହିପରି ବଳଦିଆବନ୍ଧ ଠାରେ ମଧ୍ୟ କୋଭିଡ ନିୟମ ଅନୁପାଳନ କରି ମାତ୍ର ୪ / ୬ଜଣ ମଧ୍ୟରେ ଉତ୍ସବକୁ ସୀମିତ ରଖାଯାଇଥିଲା l




