*ବେଟ୍ ବମ୍ ବିସ୍ଫୋରଣରେ* *ବାରହା* *ମୃତ, ୬ଟି* *ବେଟ୍ ବମ୍ ଉଦ୍ଧାର*
ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଅନ୍ତର୍ଗତ ରେଙ୍ଗାଳି ସେକ୍ସନର ଗଣ୍ଡମଳା ବିଟ୍ ଅଞ୍ଚଳରେ ବେଆଇନ ବନ୍ୟଜନ୍ତୁ ଶିକାର ଉଦ୍ୟମ ବେଳେ ଅଘଟଣ। ବେଟ୍ ବମ୍ ବିସ୍ଫୋରଣରେ ଗୋଟିଏ ବାରହା ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ୬ଟି ବେଟ୍ ବମ୍ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଖମାର ଥାନା ଅଞ୍ଚଳର ୪ ଜଣଙ୍କୁ ଅଟକ ରଖାଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବନ ବିଭାଗକୁ ଏକ ବିଶେଷ ସୂତ୍ରରୁ ଏ ସମ୍ପର୍କରେ ଖବର ମିଳିଥିଲା। ଏହାପରେ ବନ ବିଭାଗ କର୍ମଚାରୀମାନେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିଥିଲେ। ପରେ ଆଜି ଭୋର ପ୍ରାୟ ୫ଟା ସମୟରେ ଚଢ଼ାଉ କରି ୬ଟି ବମ୍ ଉଦ୍ଧାର କରିବା ସହ ୪ ଜଣଙ୍କୁ ଅଟକ ରଖିଥିଲେ। ଏହି ବମ୍ ବିସ୍ଫୋରଣରେ ଗୋଟିଏ ବାରହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ବନ୍ୟଜନ୍ତୁ ଶିକାର ପାଇଁ ବମ୍ ବ୍ୟବହାର ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ ଜାଗ୍ରତ ଭାରତ news,
