ଓଡ଼ିଶା ପ୍ରଗତି ଦଳ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ଜେ. ବି. ଏନ୍, (୨୬/୧୨ /୨୦୨୦), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡିଶା ପ୍ରଗତି ଦଳ ତରଫରୁ ଢେଙ୍କାନାଳ ଜିଲ୍ଲାର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ପରୀ ହତ୍ୟାକାଣ୍ଡର ସତ୍ୟ ଅନୁସନ୍ଧାନ ପାଇଁ ନ୍ୟାୟିକ ତଦନ୍ତ ଦାବୀ ଓ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ ତ୍ବରାନ୍ବିତ କରିବା ପାଇଁ ଓଡିଶାର ରାଜ୍ୟପାଳଙ୍କୁ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡାଙ୍କ ଆବାହକତ୍ବରେ ସ୍ମାରକପତ୍ର ଦିଆଯାଇଛି । ଏହି ଅବସରରେ ମହିଳା ସଭାପତି ଗୁଡିଆ ଶର୍ମା , ରାଜ୍ୟ ସଂପାଦକ ନୁରୁଲ ଇସ୍ଲାମ , ରାଜ୍ୟ ଉପସଭାପତି ଗିରିଜା ମହାନ୍ତି , ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ ଶତପଥୀ ଜିଲ୍ଲା ସଂପାଦକ ପ୍ରିୟରଞ୍ଜନ ଶତପଥୀ , କୃଷକ ସଭାପତି ଶ୍ରୀକାନ୍ତ ସାହୁ , ଯୁବ ସାଧାରଣ ସଂପାଦକ ମାନସ ମହାପାତ୍ର , ତୃପ୍ତିମୟୀ ଦେବୀ , ମଧୁସ୍ମିତା ମହାପାତ୍ର , ପ୍ରଶାନ୍ତ ନାୟକ ପ୍ରଭୃତି ଶତାଧିକ କର୍ମୀ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଆଜି ବିଜେପିର କୃଷକ ସମାବେଶକୁ ବିରୋଧ କରି ଜିଲ୍ଲା ସଭାପତି ପ୍ରତାପ ପଣ୍ଡା ଓ କୃଷକ ସଭାପତି ଶ୍ରୀକାନ୍ତ ସାହୁ ପୋଲିସ୍ଙ୍କ ଦ୍ବାରା ଅଟକ ହୋଇଥିଲେ ଓ ଜମିଦାରୀ କୃଷକ ନୀତି ପ୍ରତ୍ୟାହାର ପାଇଁ ଶ୍ଳୋଗାନ୍ ଦେଇଥିଲେ । ଏହି ଅବସରରେ ରାଜ୍ୟ ସଂପାଦକ ନୁରୁଲ ଇଲାମ୍ ବିଟ୍ଫଣ୍ଡ ଦୁର୍ନୀତି ଓ ଜମିଦାରୀ କୃଷକ ନୀତି ଓ ପରୀ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଦଳ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଯାଇ ପ୍ରଗତିସଭା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହିତ ଦାବୀ ହାସଲ କରିବା ପାଇଁ ଜନସାଧାରଣଙ୍କ ସହଯୋଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ବିରୋଧରେ ସଚେତନ କାର୍ଯ୍ୟ କରିବା ସହିତ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ ।




