ମା’ ବନଦୁର୍ଗାଙ୍କ ପୀଠରେ ମହାଷ୍ଟମୀ ପୂଜା
ଢେଙ୍କାନାଳ ସହର କୈବଲ୍ୟ ବଜାରସ୍ଥିତ ଦୁର୍ଗତୀ ନାସିନୀ ମା’ ବନଦୁର୍ଗାଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଅଛି । ଗତକାଲି ସପ୍ତମୀ ପୂଜା ହୋଇଥିବାବେଳେ ଆଜି ମା’ଙ୍କୁ ପ୍ରାତଃରୁ ମଙ୍ଗଳାଆଳତୀ କରାଯାଇ ମହାସ୍ନାନ, ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲରେ ସଜା ଯାଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ, ସପ୍ତଚଣ୍ଡୀଙ୍କୁ ଆହୁତି ଓ ବିଭିନ୍ନ ଭୋଗ ଲାଗି କରାଯାଉଅଛି । ସଂଧ୍ୟାରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ସହିତ ସତରୂପା ଭଜନସଂଧ୍ୟା ପକ୍ଷରୁ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ । ଆଜି ମହାଷ୍ଟମୀ ଉପଲକ୍ଷେ ସହରର ବହୁ ଭକ୍ତ ମା’ଙ୍କୁ ଦର୍ଶନ କରି କୃପାଲାଭକରିଥିଲେ । ଆସନ୍ତା କାଲି ସୋମବାର ମହାନବମୀ ପୂଜା କରାଯିବ । ପୂଜକ ଅମୀୟ କର ଓ କର୍ତା କୁଞ୍ଜ ବିହାରୀ ମହାପାତ୍ର ସମସ୍ତ ପୂଜାକୁ ସମ୍ପାଦନ କରୁଛନ୍ତି । ସଭାପତି ନରେନ୍ଦ୍ର ବେହେରା, ସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତି ଓ କୋଷାଧ୍ଯକ୍ଷ ମନୋଜ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଏହି ପୂଜା ପରିଚାଳିତ ହେଉଛି ।
