Spread the love

ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ

ଭୁବନେଶ୍ୱର
୧୯ ଅକ୍ଟୋବର, ୨୦୨୬

ଆଜି ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବାଗ୍ମୀ ବିଶ୍ୱନାଥ କର ହେଉଛନ୍ତି ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ। ଜଣେ ସାରସ୍ୱତ ସାଧକ ଭାବେ ସେ ଓଡ଼ିଆ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଥିଲେ। ତାଙ୍କ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟ ପାଇଁ ଇଂରେଜ ସରକାର ତାଙ୍କୁ ରାୟ ବାହାଦୂର ଉପାଧି ପ୍ରଦାନ କରିଥିଲେ ମଧ୍ୟ ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ସେ ତାକୁ ପ୍ରତ୍ୟାଖ୍ଯାନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ବାଗ୍ମୀ ବିଶ୍ୱନାଥ କରଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ।

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଥିଲେ ଯେ, ବାଗ୍ମୀ ବିଶ୍ୱନାଥ କର ଥିଲେ ଜଣେ ବିଶିଷ୍ଟ ସମ୍ପାଦକ, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ। ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଯୋଗଜନ୍ମା ବାଗ୍ମୀ ବିଶ୍ୱନାଥ କର ଆମ ସମସ୍ତଙ୍କ ପାଇଁ ଆଦର୍ଶ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଥିଲେ।

ଆଜି ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସମେତ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସଂସ୍କୃତି ବିଭାଗର ଉପ ଶାସନ ସଚିବ ଶ୍ରୀ ଅନୁପ ପଣ୍ଡା, ଶିକ୍ଷାବିତ୍‌ ଶ୍ରୀ କାମଦେବ ମହାପାତ୍ର, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ବାଗ୍ମୀ ବିଶ୍ୱନାଥ କରଙ୍କ ସ୍ମୃତିଚାରଣ କରିଛନ୍ତି।

Leave a Reply

Your email address will not be published. Required fields are marked *